STORYMIRROR

Bijaya Panda

Tragedy

3  

Bijaya Panda

Tragedy

ଲୁହର ସଉଦା ଏଠି

ଲୁହର ସଉଦା ଏଠି

1 min
326

ଦୁଇ ବୁନ୍ଦା ଅଶ୍ରୁ


ବୋହି ଯାଏ ଆନନ୍ଦରେ କେବେ


କେବେ ଛାତିର କୋହ


ଲୁହ ହେଇ ବହେ


ବୋହି ବୋହି ଶୁଖିଯାଏ ।


କିନ୍ତୁ ଏ ସମାଜରେ


ହସିବାକୁ ହୁଏ ମିଛରେ


ମିଛ ହସର ବ୍ୟାଧି ଖେଳି ଯାଇଛି କେବେଠୁଁ


ଏଠି ଆଉ କଣ ରାମ ରାଜ୍ୟ ଅଛି ?


ଲୋତକ ଝରାଉଥିବା ଲୋକଟି


ଯେମିତି ବୋକା ବା ବୋକି ଟିଏ


ତୁମ ଲୋହ ଏଠି ସଉଦା ହୁଏ


ସମ୍ବେଦନାର ହାତ ବଢାଇବା ପୂର୍ବରୁ


ମତଲବ ର ଚିଠା ତିଆରି ହୋଇସାରିଥାଏ


ସହଯୋଗର ହାତ ବଢିବ


ସାରା ଦୁନିଆ ଜାଣିବ


ସମାଜ ସେବାର ଡିଣ୍ଡିମ ପିଟି


ବାଃ ବାଃ ନେବେ ବିଭିନ୍ନ ଗଣ ମାଧ୍ୟମରେ


ଏ ଲୁହ ଅମୂଲ୍ୟ


ଝରୁ ହସରେ ଖୁସିରେ


ହୃଦୟର ମୁକ୍ତା ସିଏ


ଝରୁ କେବଳ ଆଉ


କେବଳ ମମତା ପାଇଁ


ନବୁଝିବା ଲୋକ ପାଇଁ କେବେ ନୁହେଁ


କାହିଁକି ନା

ସେ ତାର ହକଦାର ନୁହେଁ ।


Rate this content
Log in

Similar oriya poem from Tragedy