STORYMIRROR

PUSPALATA SAHOO

Abstract

3  

PUSPALATA SAHOO

Abstract

ଲଣ୍ଠନ

ଲଣ୍ଠନ

1 min
213


କାହିଁ ସେଇ ସମୟ 

ଯେତେବେଳେ ରାତ୍ରିର 

ଘନ ଅନ୍ଧକାର ରେ ମୁଁହ 

ଦିଶୁନଥିବା ଦିକି ଦିକି ଲଣ୍ଠନର 

କ୍ଷୀଣ ଆଲୋକ ମନ ଓ ସ୍ୱପ୍ନ 

ଏକାକାର କରି ନିଜକୁ 

ଅନ୍ଧାରି ସ୍ୱପ୍ନ ନିମନ୍ତେ ଆଶାର 

ଆଲୋକ ଦେଖାଇ ଥାଏ !


ଲଣ୍ଠନ ତ ହଜି ଗଲାଣି 

କିନ୍ତୁ ସ୍ୱପ୍ନ ସେମିତି ରହିଛି 

ଜୀବନ୍ତ ପରାୟ ସତେ ଯେପରି 

କେଉଁ କାଳରୁ ମୋର ସମସ୍ତ ସ୍ୱପ୍ନ 

ମୋତେ ହାତ ଠାରି ନିମନ୍ତ୍ରଣ କରେ 

ଲଣ୍ଠନ ଆଉ ସ୍ୱପ୍ନର ଲୁଚକାଳି ଖେଳ 

ଭିତରେ ଆଉ କେହି ନ ଆସୁ 

କେହି ନ ଜାଣୁ ଆମର ପରିଚୟ 

ଆମେ ଦୁହେଁ ପରସ୍ପରର ଅତି ଆପଣାର ।


Rate this content
Log in

Similar oriya poem from Abstract