STORYMIRROR

LALIT MOHAN DASH

Comedy Tragedy Fantasy

3  

LALIT MOHAN DASH

Comedy Tragedy Fantasy

ଲକ୍ଷ୍ୟସ୍ଥଳ

ଲକ୍ଷ୍ୟସ୍ଥଳ

1 min
121


ପଚାରେ କି କେବେ

   ପାହାଡି ଝରଣା

      ସମୁଦ୍ରଟା ତା'ର କେତେ ଦୂର

ପାହାଡୁ ବାହାରି

    ଆଗେଇ ଚାଲେ ସେ

       ଭେଟିବାକୁ ଦୂର ରତ୍ନାକର।

ଦୁର୍ଗମ କାନନ

    ବନ୍ଧୁର ଶିଳା

       ପଥ ଓଗାଳନ୍ତି ଦେଇ ବାଧା,

ଧୈର୍ଯ୍ୟ ନ ହରାଇ

    ରୂପଶ୍ରୀ ଝରଣା

       ଚାଲିଯାଏ ଖୋଜି ନିଜ ରାସ୍ତା।

ସହି ବାଧା ବିଘ୍ନ

    ଅନେକ ଥର

        ହୋଇଛି ସେ କେତେ ଦିଗହରା

ତଥାପି ହାରିନି 

     ଲକ୍ଷ୍ୟର ପଥେ

        ଧାବିଅଛି ଧରି କର୍ତ୍ତବ୍ୟ ଧାରା।

ତା' ପାଖରେ ଅଛି

     ସୁଦୃଢ ସଂକଳ୍ପ

         ମିଶିବ ସେ ଦୂର ଦରିଆ ସାଥେ

ନ କରି ସଂଗ୍ରାମ

     ବଦଳାଇ ବାଟ

         ଅବିରତ ଚାଲେ ଦୁର୍ବାର ପଥେ।

ପାଏ ସେ ଶେଷରେ

     ଇପ୍ସିତ ମୁକତି

         ପହଞ୍ଚି ନିଜର ଲକ୍ଷ୍ୟ ସ୍ଥଳରେ

କରିବା ସେପରି

     ଆମ୍ଭ ଲକ୍ଷ୍ୟ ସ୍ଥିର

         ପହଞ୍ଚିବା ନିଶ୍ଚେ କଞ୍ଜ ପୟରେ।

ଜୀବନ ଯାତ୍ରାରେ

     ହାରିବାନି କେବେ

          ରଖିଥିବା ମନେ ଦୃଢ ସଂକଳ୍ପ

ବଜାୟ ରଖିବା

     ଅବିଶ୍ରାନ୍ତ ଯାତ୍ରା

         ପାଇବା ପର୍ଯ୍ୟନ୍ତ ଅନ୍ତିମ ଫଳ।


      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Comedy