STORYMIRROR

Haramohan Jena

Inspirational

4  

Haramohan Jena

Inspirational

ଲକ୍ଷ୍ୟପଥ

ଲକ୍ଷ୍ୟପଥ

1 min
252

ହେଉ ଯାତ୍ରା ପଥ ମୋର କଙ୍କରିତ

 ଥାଉ ଢିପ ଅବା ଖାଲ

ଚାଲୁଛି ଚାଲିବି ଆହୁରି ଚାଲିବି

ବାକି ଥାଉ ଯେତେ ଦୂର ।


ସେହିପଥେ ମାଡି କଣ୍ଟା କି ଅରମା

ଝୁଣ୍ଟିଲେ ବି ବାରମ୍ବାର

ପଡିବିନି ଥକି ପାଦେ ବାଜି ପଛେ

ଝରିଲେ ଝରୁ ରୁଧିର

ପାଇବାକୁ ଲକ୍ଷ୍ୟସ୍ଥଳ

ନିଶ୍ଚୟ ମୁଁ ଯିବି ହାରିଯିବିନାହିଁ

ଦୃଢ ଅଛି ମନୋବଳ ।


ଆସୁ ଯେତେ ଝଡ ଯନ୍ତ୍ରଣା ପାହାଡ

ଭ୍ରୁକ୍ଷେପ ତ ନାହିଁ ମୋର

ଟାହିଟାପରାର ଲଙ୍ଘିବି ସାଗର

ଦିଅ ଯେତେ ତିରସ୍କାର ।


ଲକ୍ଷ୍ୟସ୍ଥଳ ମୋର ଅନ୍ଧକାର ଦୂର

ସମାଜରୁ କୁସଂସ୍କାର

ପଥପରେ ରହି ମୋ ରକ୍ତ ସ୍ବାକ୍ଷର

ଦେବ ନିତି ମୋତେ ବଳ

ଚାଲିବାକୁ ନାହିଁ ଡର

ନିଶ୍ଚୟ ମୁଁ ଯିବି ହାରିଯିବିନାହିଁ

ଦୃଢ ଅଛି ମନୋବଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from Haramohan Jena

ମଣିଷ

ମଣିଷ

1 min ପଢ଼ନ୍ତୁ

ଠିକଣା

ଠିକଣା

1 min ପଢ଼ନ୍ତୁ

ବନ୍ଧୁ

ବନ୍ଧୁ

1 min ପଢ଼ନ୍ତୁ

ଦୈାଡ

ଦୈାଡ

1 min ପଢ଼ନ୍ତୁ

ଜୀବନ

ଜୀବନ

1 min ପଢ଼ନ୍ତୁ

ହାଟ

ହାଟ

1 min ପଢ଼ନ୍ତୁ

ଫରକ

ଫରକ

1 min ପଢ଼ନ୍ତୁ

ଯଉବନ

ଯଉବନ

1 min ପଢ଼ନ୍ତୁ

ରୂପ

ରୂପ

1 min ପଢ଼ନ୍ତୁ

Similar oriya poem from Inspirational