STORYMIRROR

Lokanath Rath

Inspirational Thriller Others

3  

Lokanath Rath

Inspirational Thriller Others

ଲଜ୍ଜ୍ୟା ର ଉପହାସ ...

ଲଜ୍ଜ୍ୟା ର ଉପହାସ ...

2 mins
153


ମାନବ ଜୀବନ ସ୍ରଷ୍ଟା ର ଶ୍ରେଷ୍ଠ ସୃଷ୍ଟି ,

ଭିନ୍ନ ଅନ୍ୟ ଜୀବ ଜନ୍ତୁ ଠାରୁ ତାର ବଞ୍ଚିବାର ଦୃଷ୍ଟି .

ମାନ ଅଭିମାନ ଜ୍ଞାନ ସମ୍ମାନ ଧର୍ମ ଦାନ ,

ଆଭୂଷଣ ବଚନ ଦର୍ଶନ ବିବେକ ଆଦି ଅନେକ ଗୁଣ .

ଭାର ସାମ୍ୟ ଏ ସବୁର ରଖିବାକୁ ହୁଏ,

ତେବେ ଏ ଜୀବନ ତ ଯାଇ ସାର୍ଥକ ହୁଏ .

ଅତୀତ କୁ ଯେବେ କେବେ ନିରୀକ୍ଷଣ କରେ ,

ନାରୀ ଓ ପୁରୁଷ ସର୍ବେ ସିଦ୍ଧ କରିଛନ୍ତି ବାରେ ବାରେ .

ବଚନ ରକ୍ଷା ହେତୁ ଧର୍ମ ରକ୍ଷା କରି ,

ରାମ ଗଲେ ବନବାସ ପତ୍ନୀ ଭାଇ ସଙ୍ଗେ ଧରି .

ରାବଣ ତ ଜ୍ଞାନୀ କିନ୍ତୁ ଅହଙ୍କାର ବଳେ,

ସୀତା ଙ୍କୁ ହରିଲା ତା ହୀନ ଚକ୍ରାନ୍ତ କୌଶଳେ .

ସେ ଲଜ୍ଜ୍ୟା ରେ ହୋଇ ମର୍ମାହତ,

ରଖିବାକୁ ବଂଶ ଲଜ୍ଜ୍ୟା ରାମ ନେଇଥିଲେ ଶପଥ .

ରଖି ନିଜ ସହ ପତ୍ନୀ ଓ ବନ୍ଧୁ ମାନ ସମ୍ମାନ ,

ହରିଲେ ସେ ଜ୍ଞାନ ବଳେ ରାବଣ ଜୀବନ .

ପରବର୍ତ୍ତୀ ଯୁଗେ କୌରବେ ଅତି ମାନେ ଅଭିମାନେ , ଅଧର୍ମ ର ବଳେ ଅନ୍ଧ ହେଲେ ମିଥ୍ୟା ଆଭୁଷଣେ .

ଭରି ସଭା ତଳେ କଲେ ଦ୍ରୌପଦୀ ବସ୍ତ୍ର ହରଣ,

ତା ଲଜ୍ଜ୍ୟା ରକ୍ଷା କଲେ ପ୍ରଭୁ ନାରାୟଣ .

ପାଣ୍ଡବ ଏ ଲଜ୍ଜ୍ୟା ରେ ହୋଇ ମର୍ମାହତ,

ନାଶିଲେ ଅଧର୍ମୀଙ୍କୁ ହେଲା ଯୁଧ୍ୟ ମହାଭାରତ .

ଏବେ କିନ୍ତୁ ଏ ସମାଜେ ଅଛନ୍ତି ନୀଳ ବର୍ଣ ଶୃଗାଳ ,

ମନୁଷ୍ୟ ଜନ୍ମ ପାଇ କରନ୍ତି ଅଧର୍ମ ଅନ୍ୟାୟ ର ଖେଳ .

ନାହିଁ ତାଙ୍କ ପାଶେ ବିବେକ ଜ୍ଞାନ ଧର୍ମ ,

କୁବଚନେ ସର୍ବ ସାଧାରଣେ କରନ୍ତି ଅଧର୍ମ .

ତାଙ୍କୁ ଦେଖି ଆଜି ଲଜ୍ଜ୍ୟା କରେ ଉପହାସ ,

ନିର୍ଲଜ୍ଜ ସମ ସବୁ ଦେଖି କୁଟିଳତା ର ହୁଅନ୍ତି ବଶ.

ନାରୀ ର ସମ୍ମାନ କୁ କରନ୍ତି ସେ ହାନି ,

ସମ୍ଭ୍ରାନ୍ତ ର ମୁଖା ପିନ୍ଧି ଘୁରନ୍ତି, ନାହିଁ ଆତ୍ମଗ୍ଲାନି.

ପୁରୁଷ ଦିଏ ନିଜ ଜ୍ଞାନ ଓ ମାନ ର ପରିଚୟ , 

ଅତି ଗର୍ବେ ଅନ୍ଧ ସେ ଭୁଲେ ଅତୀତ କୁ ଭାବେ ସର୍ଵମୟ.

ଭୁଲିଛି ସେ ସୀତା ଦ୍ରୌପଦୀ ରାମ ପାଣ୍ଡବ ଙ୍କ ଗାଥା ,

ଅଜ୍ଞାନେ ଅଧର୍ମେ ଗାଏ ଆଜି ନିଜ ଚରିତ୍ର କଥା .

ଅହଂକାରେ ଆଜି କରେ ଅନ୍ଧକାରେ ବାସ ,

ନିର୍ଲଜ୍ଜ ହୋଇ କରେ ଲଜ୍ଜ୍ୟା କୁ ସେ ପରିହାସ .

ଭୁଲିଛି ସେ ନାରୀ ଅଟେ ମାତା ଭଗ୍ନୀ ପୁତ୍ରୀ ସ୍ତ୍ରୀ ର ରୂପ ,

ନିଜକୁ ପିତା ଭ୍ରାତା ପୁତ୍ର ପତି ରୂପେ ନଦେଖି କରେ ବିଦ୍ରୁପ .

ଅନ୍ତ କରିବାକୁ ହେବ ଏବେ ଲଜ୍ଜ୍ୟା ର ଉପହାସ,

ମିଥ୍ୟା କପଟ ଅଧର୍ମ ଅଜ୍ଞାନ କୁ କରି ବିନାଶ .

ଖୋଲିବାକୁ ହେବ ତାଙ୍କ କୁକର୍ମ ର ମୁଖା,

ଦେଖିବ ଦୁନିୟା ତାଙ୍କ ଭାବମୂର୍ତ୍ତି ଯାହା ଅଦେଖା.

ଏବେବି ସମୟ ଅଛି ହେ ଅହଙ୍କାରୀ ଧର୍ମ ର ହୁଅ ବଶ,

ଲଜ୍ଜ୍ୟା ର ଅର୍ଥ ବୁଝ ,ନ କରି ଉପହାସ .



Rate this content
Log in

Similar oriya poem from Inspirational