STORYMIRROR

Binod Tripathy

Abstract

2  

Binod Tripathy

Abstract

ଲେଖକ

ଲେଖକ

1 min
539

ଲେଖେ ବୋଲି ମୁହିଁ ଲେଖକ ବୋଲାଏ

ଲେଖକ ବୋଲି ମୁଁ ଲେଖେନା,

ହୃଦୟ ଭାଷାକୁ ଶବ୍ଦରୂପ ଦିଏ

କଥାରେ ଯା କହିପାରେନା


କେତେ ଆବେଗର ଉଠୁଥାଏ ଢେଉ

ଦରିଆ ବୁକୁରେ ମୋର,

କେବେ ହେଇଯାଏ କବିତାର ଧାଡି

କେବେ ଲୁହ ଦୁଇ ଧାର


ଭାବନା ରଙ୍ଗରେ କେତେ ଛବି ଆଙ୍କେ

ମନକୁ କାଗଜ କରି,

କେବେ ମହାକାଶେ, କେବେ ଦୁରଦେଶେ

ନିମିଷକେ ଆସେ ଘୁରି


ଘୁରି ବୁଲୁଥାଏ ଶବ୍ଦର ପଛରେ

ପାଗଳ ପ୍ରେମିକ ସାଜି,

ହଜିଯାଏ ପୁଣି ପ୍ରକୃତି କୋଳରେ

ଦେଖି ତାର ଶୋଭାରାଜି


ଲୋଡ଼ା ନାହିଁ ମୋର ବାଟିଏ ସମ୍ପତ୍ତି

ଲୋଡ଼ା ନାହିଁ ମୋର ଧନ,

କାଗଜ, କଲମ, ଶବ୍ଦ ଓ ଭାବନା,

ଏଇତ ମୋର ଜୀବନ

କାଗଜ, କଲମ, ଶବ୍ଦ ଓ ଭାବନା,

ଏଇତ ମୋର ଜୀବନ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract