STORYMIRROR

Binod Tripathy

Fantasy

4  

Binod Tripathy

Fantasy

ଏଇ ବୋଧେ ଜୀବନ...

ଏଇ ବୋଧେ ଜୀବନ...

1 min
454


ଏଇ ବୋଧେ ଜୀବନ,

ବଞ୍ଚିବାକୁ ଇଚ୍ଛାକରି-ପ୍ରତିକ୍ଷଣେ ମରି ମରି,

ପୁଣି ବଞ୍ଚିବାକୁ ଚାହେଁ ଏ ମନ,

ଏଇ ବୋଧେ ଜୀବନ ।


ଅଭୁଲା ତା ଅତୀତକୁ-ଚାହୁଁଥାଏ ଭୁଲିବାକୁ,

(ହେଲେ)ବାରମ୍ବାର କରେ ସେ ସ୍ମରଣ,

ଏଇ ବୋଧେ ଜୀବନ ।


ସ୍ୱପ୍ନ କେବେ ଦେଖେ କାଇଁ-

ସତ କେବେ ହୁଏ ନାହିଁ,

ଖୋଜି ଚାଲେ ତାହାରି କାରଣ,

ଏଇ ବୋଧେ ଜୀବନ ।


ଛାତିରେ ଅମାପ କୋହ-

ଆଖିରେ ଅଦେଖା ଲୁହ,

ହସିବାକୁ ତଥାପି କରେ ପଣ,

ଏଇ ବୋଧେ ଜୀବନ

ଏଇ ବୋଧେ ଜୀବନ ।


Rate this content
Log in

Similar oriya poem from Fantasy