STORYMIRROR

Binod Tripathy

Others

3  

Binod Tripathy

Others

ତୁମେ ମୋର କିଏ ?

ତୁମେ ମୋର କିଏ ?

1 min
305


ଆଜି ସୁନ୍ଦର ପ୍ରଶ୍ନଟେ କଲେ ତୁମେ,

ତୁମେ ମୋର କିଏ? 

କଣ ବା ଉତ୍ତର ଦେବ ସେ ଆଜି,

ପ୍ରଶ୍ନଟାରେ ହଜିଗଲା ଯିଏ ।


କଣ ବା ତୁମେ ମୋର ,

କି ସମ୍ପର୍କରେ ବନ୍ଧା ମୋ ସହ,

ସଖା ଅବା ସହୋଦର କିମ୍ବା

କେଉଁ ଏକ ହୃଦୟର ଖିଅ ।


ଜାଣେନା ବୋଲି ତ କହିବିନି,

ନିଜଠୁ ବି ଆପଣାର ତୁମେ,

ଯଦି କୁହେ ତାଠାରୁ ଅଧିକ,

କହିଲେ କି ଭରସିବ ତୁମେ?


ମାନୁଛି ମୁଁ କେବେ ଛୁଇଁନାହିଁ

ତୁମ ହୃଦୟର ସ୍ୱତନ୍ତ୍ର କୋଣକୁ,

ଯେଉଁଠି ପହଁଚି ଛନ୍ତି କିଛି ଖାସ ଓ 

ଅତ୍ୟନ୍ତ ଭାଗ୍ୟବାନ ଲୋକ,

ଆଉ ଜାଣିଛନ୍ତି ଅତି ନିକଟୁ ତୁମକୁ।


ହଁ, ହେଇପାରେ ମୁଁ ତୁମପାଇଁ

କେଉଁ ଏକ ସାମାନ୍ୟ ମଣିଷ,

ଯାର ଥିବାରେ କି ନଥିବାରେ ତୁମକୁ

କିଛି ଫରକ୍ ପଡେନା ବିଶେଷ ।


ହେଲେ ଭଲରେ ଜାଣିଚି ମୁଁ 

କଣ ତୁମେ ଆଜି ମୋ ପାଇଁ,

ପ୍ରକାଶ କରିପାରେନା କେବେ,

ହୁଏତ ବୁଝିପାରିନ ତୁମେ,

ହୁଏତ ମୁଁ ପାରେନା ଦେଖେଇ।!


ସମ୍ପର୍କ ମୋ ଜାହିର ମୁଁ କରେନା

ଥାଏ ଖାଲି ଏତିକି ମନରେ,

ତୁମେ କାଳେ ବୁଝୁଥିବ ମୋତେ

ଥାଏଁ ପଛେ ଅସଂଖ୍ୟ ଦୂରରେ।


ଥରେ ମୋତେ ବୁଝିଦେଖ,

ଥରେ କେବେ ଚେଷ୍ଟାକର ଜାଣିବାକୁ,

କେତେ ସ୍ନେହ, କେତେ କଷ୍ଟ

କେତେ ଅବା ଭାବନାର ଢେଉ

ଆକୁଳିତ କୂଳ ଲଙ୍ଘିବାକୁ।


ପ୍ରଜ୍ଞା ନାହିଁ ତୁମ ପରି ସତ,

ଛାତିତଳେ ମନ ଗୋଟେ ଅଛି,

ବିଡମ୍ବନା ଭାଗ୍ୟର ତ ଦେଖ,

ଯିଏ ରୁହେ ସେ ମନ ଭିତରେ,

ପରିଚୟ ସିଏ ହିଁ ମାଗୁଛି ।।


రచనకు రేటింగ్ ఇవ్వండి
లాగిన్