STORYMIRROR

Binod Tripathy

Abstract

3  

Binod Tripathy

Abstract

ହଁ, ମୁଁ ବଦଳି ଯାଇଛି !

ହଁ, ମୁଁ ବଦଳି ଯାଇଛି !

1 min
170

ଜୀବନର ଦୋଛକିରେ 

ବଞ୍ଚିବାର ଆଶାନେଇ

ମରିମରି ବଞ୍ଚିବା ଶିଖୁଛି,

ହଁ, ମୁଁ ବଦଳି ଯାଇଛି!


ସମୟର ଶକ୍ତ ଆଘାତରେ

ହୃଦୟକୁ ଭାଙ୍ଗିବାର ଦେଖିଛି,

ଆଖିରେ ଥିବା ସ୍ବପ୍ନସବୁ

ଆଖିତଳେ ବୋହିବାର ଦେଝିଛି ,

ଆଉ ଆଜି...

ଆଖିଲୁହ ପୋଛିଦେଇ,

ଭାଙ୍ଗିଥିବା ହୃଦୟକୁ ଯୋଡିବାରେ ଲାଗିଛି,

ହଁ, ମୁଁ ବଦଳି ଯାଇଛି!


ଏ ଅଜଶ୍ର ଭଲପାଇବାରୁ ଆଜି

କ'ଣ ବା ପାଇଛି ?

ଏ ସ୍ନେହ, ଏ ଶ୍ରଦ୍ଧା, ସତେକି

ଉଭାନ ହେଇ ଯାଇଛି ।

ଆଉ ମିଳିଛି କଣ?

ଖାଲି କଷ୍ଟ ଆଉ ଛଳନା !!

ଖାଲି ଲୁହ ଆଉ ପ୍ରତାରଣା !!

ମୋ ସ୍ନେହର ପ୍ରତିବଦଳେ,

ଶକ୍ତ ଏକ ଆଘାତ ପାଇଛି ,

ହଁ, ମୁଁ ବଦଳି ଯାଇଛି!


ମୋ ସ୍ନେହରେ 

ନଥିଲା କାଳେ ପରିପକ୍ଵତା,

ଥିଲା ଖାଲି,

ଶୈଶବର ଅଜଶ୍ର ଚପଳତା..

ସେ ଚପଳତା ଆଜି ନାହିଁ,

ସେ ପାଗଳାମି ଆଜି ନାହିଁ,

ପାଗଳାମି ଭୁଲିଯାଇ

ନିଜକୁ ପରିପକ୍ୱ କରିବାରେ ଲାଗିପଡିଛି,

ହଁ, ମୁଁ ବଦଳି ଯାଇଛି!


ହଁ, ହେଇପାରେ ମୁଁ ତୁମପାଇଁ ସ୍ୱାର୍ଥପର,

ହେଲେ ସେଇଟା ବି ତ

ତୁମଠୁ ଶିଖିଛି !

ମୋ ହୃଦୟର ବ୍ୟାକୁଳ କ୍ରନ୍ଦନ,

କେବେ କଣ ତୁମ କାନରେ ପଡିଛି ?

ଆଜି ତୁମ ସ୍ୱାର୍ଥ ପାଇଁ, ନିଜକୁ

ନିଜଠୁ ଦୁରେଇ ଦେଇଛି...

ହଁ, ମୁଁ ବଦଳି ଯାଇଛି!


ବଦଳି ଯାଇଛି, ଭାରି ଭଲ ହେଇଚି,

ମିଛରେ ହଉ ପଛେ, 

ଟିକେ ହସି ତ ପାରୁଛି ,

ହଁ ଜାଣେ..

ତୁମ କଠୋର ହୃଦୟ କେବେ ତରଳିବନି,

ସେଥିପାଇଁ ତ,

ଏ ତରଳ ହୃଦୟଟା ଆଜି, 

ଭାରି କଠୋର ହେଇଯାଇଛି ।

ହଁ, ମୁଁ ବଦଳି ଯାଇଛି!

ହଁ, ମୁଁ ବଦଳି ଯାଇଛି!


Rate this content
Log in

Similar oriya poem from Abstract