Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arjuni charan Behera

Abstract Others

4  

Arjuni charan Behera

Abstract Others

ଲାଲ ଟହଟହ ପାତଲଘଣ୍ଟା

ଲାଲ ଟହଟହ ପାତଲଘଣ୍ଟା

1 min
342



ଲାଲ ଟହଟହ ପାତଲ ଘଣ୍ଟା 

   ତୁହି ନାମ ଟମାଟର l 

ପାତାଳ ପୁରେ ପାଇଲି ମୁହିଁ 

   ଖବର ଜୋରଦାର ll

ବିଲାତୁ କିବା ଆସିଲୁ ଅବା 

   ବିଲାତି ତୋର ପଣ l

ଲୋକ କହନ୍ତି ଶ୍ରଦ୍ଧାରେ ଅତି 

  ବିଲାତି ବାଇଗଣ ll

ପରିବା ଅବା ଫଳଟେ ତୁହି 

  ନପାରେ ମୁହିଁ ଜାଣି l

ଚଟଣି ଥରେ ଖୁଆଇ ଥିଲେ 

   ଆମର ସମୁଦୁଣି ll

ଜ୍ୱରେ ଦୁର୍ବଳ ଥଣ୍ଡା ପ୍ରବଳ 

  ପେଟର ଗୋଳମାଳ l

ଅଧା ଘଣ୍ଟାରେ ଉଠି ବସିଲି 

  ପିଇ ପାତଲ ଝୋଳ ll

ଧନ୍ୟରେ ଧନ୍ୟ ତୋର ଜୀବନ

  ପଡ଼ିଲେ ଚେନେ କାହିଁ l

ସୁଆଦ ପଣେ ନିଆରା ଭଣେ

   ଦ୍ଵିଗୁଣ ଯାଏ ହୋଇ ll

ଟମାଟୋ ରସ ଟମାଟୋ ସସ

   ଟମାଟୋ ଚଡ଼ଚଡ଼ି l

ମୁସୁ ମୁସିଆ ଖସ ଖସିଆ 

  ସାଙ୍ଗରେ ବିରିବଡ଼ି ll

ଜୀବ ବିଜ୍ଞାନୀ ତୋ ଗୁଣ ଗୁଣି 

   କହିଲେ ଡାକ୍ତର l

ତୋ ଦେହେ ଅଛି ଜୀବନ ତତ୍ତ୍ୱ

    କଣିକା ଭରପୁର ll

ଏତେ ଖବର ଜାଣି ଜବର ମନ

     ମୋ ଗଲା ଭୁଲି l

କଥାଟେ ମୁହିଁ ପଚାରେ ଭାଇ

   କହିବୁ ଟିକେ ଖାଲି ll

ଅଦର ଦର ଭାଉଟା ତୋ'ର

   ଛକୋଡ଼ି କିଆଁ ହେଲା l

ବେପାରୀ ରାଜା ମାଇଲେ ମଜା 

   ଚାଷୀ ଭାଇଟି ମଲା ll

ବେପାରୀ କହି ଲାଭ ମୋ ନାହିଁ

   ବିକେ ମୁଁ ଯାହା କିଣା l

ଫାଇଦା ମୋର ଏକ ଦଣ୍ଡିରେ

   ମାତର ଆଠ ଅଣା ll

ହଉରେ ହଉ ପାତଲ ଘଣ୍ଟା

   ଲଗାଇ ଥାଆ ନାଟ l

ତୋ' ପାଇଁ ଭାଇ ଯିବିନି ମୁହିଁ 

   ଆଉ ଏଣିକି ହାଟ ll

  



Rate this content
Log in

Similar oriya poem from Abstract