STORYMIRROR

Santosh Pattnayak

Tragedy Inspirational

4  

Santosh Pattnayak

Tragedy Inspirational

କୁତ୍ସିତ ହେଲାଣି ସମାଜ ସ୍ଥିତି

କୁତ୍ସିତ ହେଲାଣି ସମାଜ ସ୍ଥିତି

1 min
196

ସଂସ୍କାର ବିହୀନ ଶିକ୍ଷାକୁ ଆଦରି

କୁତ୍ସିତ ହେଲାଣି ସମାଜ ସ୍ଥିତି

ନୀରବି ଯାଇଛି ବୁଦ୍ଧିଜିବୀ ଜ୍ଞାନ

ଯନ୍ତ୍ରଣାରେ ଭରା ସବୁରି ଛାତି ।


ସଂସ୍କୃତିର ଆଭା ଜେଜି ଗୋଁସିବାପା

ଜରାନିବାସରେ ତାଙ୍କ ଜୀବନ

କ୍ଷଣିକ ସୁଖକୁ ଆଦରି ମଣିଷ

ପ୍ରତିଯୋଗିତାରେ ବାଣ୍ଟୁଛି ଜ୍ଞାନ ।


ଯୌଥ ପରିବାର ପୁରୁଣା ଜମାନା

  ଘରେ ହାତଗଣା ଚାରି ଛ ଜଣ 

କର୍ମଜିବୀ ହେଲେ ବାପା ମାଆ ଦୁଇ

  ନିଃସଙ୍ଗତା ଭରା ଶିଶୁର ମନ ।


ଟିଭି ସିରିୟଲ ୟୁଟ୍ୟୁବ୍ ଚ୍ୟାନେଲ 

  ପ୍ରସାରଣ ପାଇଁ ଲଗାମ ନାହିଁ 

ନବଦମ୍ପତ୍ତିଏ କଥାଚିତ୍ର ଦେଖି

 ରତୀରେ ମାତନ୍ତି ଉନ୍ମାଦ ହୋଇ ।


ସେଇ ବିର୍ଜୁ ଜାତ ସନ୍ତାନ ସନ୍ତତି 

  ଭାରି ପରମାଦ ସମାଜ ପାଇଁ 

କିଏବା ବୁଝିବ ହିତବାଣୀ ଆଉ 

 ସେ'କାଳ ପଖାଳ ଗଲା ପଳେଇ।


ଭଗବତ ଗୀତା ଜ୍ଞାନର ସଳିତା 

 କେତେଘରେ ଖଣ୍ଡେ ଅଛିକି କାଇଁ

ମୋବାଇଲ ପରା ଘରକେ ଛଅଟା 

 ସିଂହଭାଗ ଦୁଷ୍କର୍ମ ତାହାରି ପାଇଁ ।


ଦୁଷ୍କର୍ମର ପରେ ମହମ କି'ହେବ

  ସଂସ୍କାର ଆଦର ମୂଳରୁ ନାଇଁ 

 ହାତେ ହାତ ଛନ୍ଦି ଶପଥଟେ ନିଅ  

 ପାଶ୍ଚାତ୍ଯ ସଂସ୍କୃତି ଛାଡିବା ପାଇଁ ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy