କୁନ୍ତଳା କୁମାରୀ ସାବତ
କୁନ୍ତଳା କୁମାରୀ ସାବତ
କୁନ୍ତଳା କୁମାରୀ ଥିଲେ ପରିଚିତା
ଉତ୍କଳ ଭାରତୀ ନାମେ
ଭାରତୀ ଭୂଷଣ ଉପାଧି ପାଇଲେ
ତାଙ୍କ ବହୁମୁଖୀ କାମେ ।
ଛତିଶଗଡ଼ର ଜଗଦଳପୁର
ଅଟେ ତାଙ୍କ ଜନ୍ମସ୍ଥାନ
ଡାନିଏଲ୍ ଆଉ ମୋନିକା ଦେବୀଙ୍କ
ଥିଲେ ସେ କନ୍ୟା ସନ୍ତାନ ।
ପେଶାରେ ଡାକ୍ତର ନିଶାରେ ଲେଖିକା
ଥିଲେ ସେ ସମାଜସେବୀ
ବିଧବା ବିବାହ ସଶକ୍ତିକରଣେ
ଧନ୍ୟ ସେଇ ନାରୀକବି ।
ଓଡ଼ିଆ ଭାଷାର ବିକାଶ ଦିଗରେ
ସଦା ଥିଲା ତାଙ୍କ ମନ
ସେଲାଗି ଗଢ଼ିଲେ ଭାରତୀ ନାମେ ସେ
ତପୋବନ ସଂଗଠନ ।
'ନାରୀ ଭାରତୀ' ଓ 'ଜୀବନ' ପତ୍ରିକା
କରିଥିଲେ ସମ୍ପାଦନା
ଘୃଣ୍ୟ ଜାତିପ୍ରଥା ଆନ୍ଦୋଳନେ ସିଏ
ସାଜି ଥିଲେ ଦୃଢ଼ମନା ।
'ଅଞ୍ଜଳୀ' 'ଉଛ୍ବାସ' 'ଅର୍ଚ୍ଚନା' 'ସ୍ପୁଲିଙ୍ଗ'
ଅବା ପ୍ରେମ ଚିନ୍ତାମଣି
'ଶେଫାଳୀ' 'ଆହ୍ୱାନ' 'ରଘୁ ଅରକ୍ଷିତ'
ଲେଖିଲେ 'ପରଶମଣି' ।
'ମଣିକାଞ୍ଚନ' ଓ 'ପୂଜା' 'ତାରାପ୍ରୀତି'
'ଚିତ୍ରପଟ୍ଟ' 'କାଳୀବୋହୂ'
'ନଅତୁଣ୍ଡି' 'ଭ୍ରାନ୍ତି' ଅବା 'ଆବାହନ'
ରଚିଥିଲେ ସୃଷ୍ଟି ବହୁ ।
