କୁମାର ପୂର୍ଣ୍ଣମୀ କୁଆଁରୀ ପାଇଁକି
କୁମାର ପୂର୍ଣ୍ଣମୀ କୁଆଁରୀ ପାଇଁକି
ଦୁନିଆରେ ଜନମେ ମଣିଷ,
ମେଘପରି ଦରଦ ରହେ ମଣିଷର,
ମେଘ ବରଷେ,
ଧାବିତ ହୁଏ ସାଗରକୁ,
ସଙ୍ଗମରେ ତୃପ୍ତି,
ତାପରେ ବିଲୟ,
ଥାଏ ସେହିପରି ମଣିଷଟିଏର,
ନର ହେଉ ଅବା ନାରୀ,
ସ୍ବପ୍ନ ଥାଏ ଅସୁମାରୀ |
ସେଥିପାଇଁ ଲୋଡ଼ା ସାଥୀ ଅବା ବନ୍ଧୁତ୍ଵ,
ନର ସହ ସଙ୍ଗ୍ରାମୀ ନାରୀର;
ନାରୀ ସହ ସାହାସୀ ନରର,
ସଂଘର୍ଷ ଓ କର୍ମ କର୍ତ୍ତବ୍ୟ ବୋଝ ବୋହିବାକୁ |
ସବୁଜଭରା ଏ ପୃଥିବୀ, ସୁନ୍ଦର
ସବୁ ଯାହା କୁହ ନିଜର,
ସବୁ ନୁହେଁ ଚିରନ୍ତନ,
ତଥାପି ମଣିଷ କିଛି ସମୟ ତ ରହିବ,
ମନ ଚାହେଁ କିପରି ସୁଖରେ ବିତିବ ଦିନ
ଜୀବ ଗଲେ ହୋଇପାରେ ସବୁ ଲୀନ |
କୁମାରୀ ଆଖିରେ ଆଶା,
ହସୁଛି ପୂର୍ଣ୍ଣିମା ଜହ୍ନ,
ସ୍ଵପ୍ନ ଭରି ରହିଛି,
ବଉଳ, ସଙ୍ଗାତ, ମକର,ସାଥୀ ସଂଗରେ,
ହୋଇ ଆନନ୍ଦିତ,
ଆଶା ଏକ ସାଥିର ମନ ପାଇବ ,
ଏକୁଟିଆ ମୁଣ୍ଡରେ,
ଧରିଥିବା ଵୋଝକୁ ଓହ୍ଲାଇ ପାରିବ |
ହେବନାହିଁ ପୁରୁଷ ଆଖିରେ ଦୁର୍ଵଳ,
ଏକୁଟିଆ ଜୀବନରୁ,
କରିପାରେ ମୁକ୍ତ,
ମୌଳିକ ଚିଜଟି ଜଳ ପରି ଦରଦ ତ,
ଖୋଜେ ଭବିଷ୍ୟତର ବନ୍ଧୁତ୍ୱ
ଆନନ୍ଦ ରେଣୁରେ ହେବ ଉଜ୍ଜଳ ଓ ଆଲୋକିତ |
ତେଣୁ ଗୀତ ଗାଏ,
କୁଆଁର ପୁନେଇ ଜହ୍ନ ଗୋ ଫୁଲ ବଉଳ ବେଣୀ,
ଅଗୁରୁ ଚନ୍ଦନ ବାସ ଲୋ ଫୁଲ ବଉଳ ବେଣୀ,
ପ୍ରଭାତରେ ସୂର୍ଯ୍ୟଙ୍କୁ କରଇ ପୂଜା,
ଭାବ ଭକତିରେ,
କଇଁ ଫୁଲ ତୋଳି ଥାଏ,
କଇଁ ପାଖୁଡାରେ କବରୀ,
ରୂପା ଜହ୍ନ ଆଙ୍କିଥାଏ,
ନାଲି ଅଳତା କୁଙ୍କୁମ ସରାଗେ ମାଖି,
ନୟନେ କଜ୍ଜ୍ଵଳ ଦେଇ,
ନବ ବସନକୁ ପିନ୍ଧି,
ମଥାରେ ଲଗାଇ ବିନ୍ଦି,
ଚଉଁରା ମୂଳରେ
ମୁରୁଜ ପକାଏ
ଢାଳଇ ଘଟରେ ଜଳ,
ଧାନ ପରେ ନେଇ କଳସକୁ ଥାପି
ପାଞ୍ଚପତ୍ରୀ ଆମ୍ବଡାଳ ଦେଇ
ବୃନ୍ଦାବତୀ ପାଶେ,
ପିଠା ଧୂପ ଦୀପ ଧରି
ବନ୍ଦାପନା କରେ,
ଖଇ ଆଞ୍ଜୁଳା ଦେଇ,
ଚନ୍ଦନ ସିନ୍ଦୂର ଦେଇ
ପ୍ରଦୀପ ଜାଳି,
ଚାନ୍ଦ ପୂଜା କରେ |
କୁମାର ପୂର୍ଣ୍ଣିମୀ,
କୁଆଁରୀ ପାଇଁ କି
ଜହ୍ନରେ ଦରଦ ବୋଲି,
କୁଆଁରୀଙ୍କ ପୂଜା
ଜହ୍ନରୁ ଦରଦ ମାଗି,
ମନର ମଣିଷ ପାଇବା ପାଇଁ |