STORYMIRROR

Satyabati Swain

Inspirational

3  

Satyabati Swain

Inspirational

କୁମାର ପୁନେଇଁ ଜହ୍ନ

କୁମାର ପୁନେଇଁ ଜହ୍ନ

1 min
267


ବୋଉ!

ତୁ ଦିଶି ଯାଉ

କୁଆଁର ପୁନେଇଁ ଜହ୍ନରେ

ମୋ ଝିଅକୁ

ସାତ ଥର 

ଖଇ, କଦଳୀ,ନଡିଆ

ଜହ୍ନି,କାକୁଡି,ଖଣ୍ଡୁକୁଳା କୋଳି

ଏମିତି ସୁନା ଆଞ୍ଜୁଳି ଟେକେ

ଶିଖାଇଲା ବେଳେ

ତୁ ଯେମିତି ମୋତେ କହୁଥିଲୁ

"ପାହାନ୍ତି ପହରୁ ଉଠି ପଡ଼ ଧନ"

ସୂର୍ଯ୍ୟ ଉଇଁବା ପୂର୍ବରୁ

ଆଞ୍ଜୁଳି ଟେକା ସାରି ଦେ ମା"

ଅଣ୍ଟିଏ ଅସ୍ତ ବ୍ୟସ୍ତତାରେ।


ତୋତେ ଖୋଜେ 

ଫୁଲ ବଉଳ ବେଣୀ ଗୀତରେ

ଏତେ ପ୍ରାଞ୍ଜଳ ଭାବେ 

କେମିତି ବୋଲୁ ଦେଉ ତୁ !

ଯାହା ଆଜି ଲୁପ୍ତ ପ୍ରାୟ।


ସନ୍ଧ୍ୟାରେ

ଖଇ ଦହି ନଡିଆ, ଛେନା ପକା

ଚାନ୍ଦ ଚକଟାର ମହ ମହ ବାସ୍ନା

ବୃନ୍ଦାବତୀ ମୂଳେ 

ପୂଜା କରିବାକୁ ନନା 

ଆସିବା ଉଛୁର ଜାଣି

ତୋ ବ୍ୟଗ୍ରତା

ଭୋଗ ସରୁ ସରୁ ଜହ୍ନି କାକୁଡିରେ

ଦାନ୍ତ ଘଷା ପାଇଁ

ତୋ ତତ୍ପରତା

ମୁଁ ଏବେ ବି ଅଣ୍ଡାଳେ

ମୋ ଭିତରେ ତୋତେ ଲୋ ବୋଉ।


ମୁଁ ବି ଆଜି ଗୋଟେ ଝିଅର ମା

କିନ୍ତୁ ବୋଉ ଲୋ

ମୁଁ କାଇଁକି ତୋ ପରି

ବୋଉ ହୋଇ ପାରୁନି !!


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational