STORYMIRROR

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Inspirational Others

କୁକୁର ଛୁଆର ସେଲଫି

କୁକୁର ଛୁଆର ସେଲଫି

1 min
13.5K


କୁକୁର ଛୁଆଟେ ପାଇଛି ଆଜି

ଉଠେଇବି ତା’ର ସେଲ୍‌ଫି,

କାଖେଇ କୋଳେଇ କରିବି ଗେଲ

ଖୁଆଇବି ତାକୁ କୁଲ୍‌ଫି।

ଘର ଅଗଣାରେ ତା’ ପାଇଁ

ଗୋଟେ ତୋଳିବି ଛୋଟିଆ ଘର,

ଛୋଟ ତାଟିଆଟେ ଖୋଜି ଆଣିଦେବି

ଖାଇବ ସେଥିରେ କ୍ଷୀର।

ସକାଳୁ ଉଠିଲେ ବିସ୍କୁଟ୍‌ ସାଥେ

ପିଇବାକୁ ଦେବି ଚାହା,

ଚାକୁଚାକୁ କରି ପିଇଦେବ ସବୁ

କେତେ ମଜା ହେବ ଆହା।

ସାବୁନ୍ ଲଗେଇ ଗାଧୋଇ ଦେବି ମୁଁ

ମଗେ ମଗେ ପାଣି ଢାଳି,

ତଉଲିଆ ଘଷି ପାଣି ପୋଛି ଦେବି

ପାଉଡର ଦେବି ବୋଳି।

ସଜବାଜ କରି ରଖିବି ମୁଁ ତାକୁ

ପାଳିବି କରି ଯତନ,

ପଶୁ ହେଲେ ବି ସେ ବୁଝିତ ପାରଇ

ସେ୍ନହୀ ମଣିଷର ମନ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational