"କୁହୁତାନ ହଜିଲା"
"କୁହୁତାନ ହଜିଲା"
ଆମ୍ର କୁଞ୍ଜରେ କୋଇଲିଟିଏ ରାବିଲା
ସତେକି କୁହୁତାନ ହଜିଲା!
ଏ କ'ଣ?
"କୁହୁ" ବିନା ହେବକି ଫଗୁଣ?
କୋଇଲିର ସ୍ବର ଆହତ....
ପ୍ରଦୁଷଣର ଆଘାତ......
କାରଖାନାରୁ ଉଠୁଥିବା ଧୂଆଁ,
ପ୍ଲାଷ୍ଟିକ ଜଳାଇବାର ନିଆଁ,
କଳା ବାଦଲ ଆକାଶରେ ଭାସିଯାଏ
ରାସ୍ତାରେ ଯାନବାହାନ ମାଡିଯାଏ
ସତରେ!
ବସନ୍ତ ଋତୁ ତ ଆସିଲା
ହେଲେ, କୋଇଲିର କୁହୁ ତାନ ନ ଶୁଭିଲା!!!
