Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sabitri Mohapatra

Romance

4.5  

Sabitri Mohapatra

Romance

କୁହ କି ଲାଭ ପାଇଲ

କୁହ କି ଲାଭ ପାଇଲ

1 min
212


ମୋ ମଥାର ସିନ୍ଦୂରକୁ ନେଇ 

ତୁମ ଚିତ୍ରପଟରେ ଥାପିଲ

ମୋ ଗଭାର ଗଜରାକୁ ଆଣି 

ତୁମ ଫଟ ସଜାଇଲ 

କୁହ କି ଲାଭ ପାଇଲ l


ଆଞ୍ଜୁଳା ଆଞ୍ଜୁଳା ଲୁହରେ ଯେବେ 

ଭରିଗଲା ମୋର ଅଣ୍ଟି 

ତୁମେ ତାହା ନୀରବେ ଦେଖିଲ l


ସଂସାର ବୋଝରେ ମୁଁ 

ଉବୁଟୁବୁ ହେଲି 

ତୁମେ ଦେଖି ମୁହଁ ଆଡେଇଲ l


ଶୀତତାପ ନିୟନ୍ତ୍ରିତ ଘରେ 

ମୋର ନିଦ ହଜିଗଲା 

ତୁମେ କିନ୍ତୁ ନିଶ୍ଚିନ୍ତେ ଶୋଇଲ l


ଦିଗନ୍ତ ଦିଗନ୍ତ ବ୍ୟାପୀ 

ସ୍ମୃତିରେ ମୁଁ ଯେବେ ମଜ୍ଜିଗଲି 

ତୁମେ ତାହା ପାଶୋରି ବସିଲ l


ସବୁ ଖୁସି ଛଡାଇଲ ମୋ ମନୁ 

ତୁମେ ଦେଖି ମୁରୁକି ହସିଲ l


ଦୁନିଆ ଦାଣ୍ଡରେ ହେଲି 

ଅଲୋଡା, ଅଖୋଜା ମୁହିଁ 

ତୁମେ ଦେଖି ମୁହଁ ଲୁଚ଼ାଇଲ l


ଭାବିଥିଲି ତୁମର ସେ 

ନିର୍ମଳ ଓ ସହୃଦୟ ମୂର୍ତ୍ତି 

ତୁମେ କିନ୍ତୁ ସ୍ୱାର୍ଥପର ହେଲ l


କଥା ଦେଇଥିଲ ଦିନେ 

ଜନ୍ମ ଜନ୍ନାନ୍ତରର ସାଥି ହେବ ବୋଲି 

ତୁମେ କିନ୍ତୁ ପଳାତକ ସାଜିଲ l


Rate this content
Log in

Similar oriya poem from Romance