Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Tragedy

4  

Santosh Pattnayak

Tragedy

କୁହ ଗଣତନ୍ତ୍ର

କୁହ ଗଣତନ୍ତ୍ର

1 min
236



ଗଣତନ୍ତ୍ର ଆଜି ରଣତନ୍ତ୍ର ଏଠି

   ଚାଷୀ ମାଗେ ଅଧିକାର 

ଉଦର ସଂଗ୍ରାମେ ଜନତା ପ୍ରବାସୀ 

     ଭ୍ରମେ ଦୂର ଦୂରାନ୍ତର


ଅଯୋଗ୍ୟ ଶାସକ ମୁକ ସାର୍ବଭୌମ

   ଶକୁନିର ରାଜନୀତି 

ପାଣ୍ଡିତ୍ଯ ଲୁଚିଛି ଶଠ ଆଢୁଆଳେ   

   ହଜେଇ ଆପଣା ସଂସ୍କୃତି ।

    

ଚଉଦିଗେ ନ୍ୟସ୍ତସ୍ବାର୍ଥ ଭ୍ରଷ୍ଟାଚାରୀ

     ଅବଳାର ଆର୍ତ୍ତନାଦ 

ଗରିବ ଯନ୍ତ୍ରଣା ଅସହ୍ୟ ହୋଇଛି 

    କର ଭାର ସାଜେ ବାଦ 


ଶିକ୍ଷା-ଦିକ୍ଷା ବନ୍ଧା ଆପଣା ସ୍ବାର୍ଥେ 

   ହିଂସାଭାବ ଅଙ୍ଗିକାର

ସ୍ବାଧିନ ସୂରୁଯ ପରାଗ ରେଣୁରେ 

    କି ଲାଭ ଗଣତନ୍ତ୍ରର !

 

ଶିକ୍ଷିତର ମୁଖେ ମୋ'ଭାଷା ଜନନୀ 

     ବନ୍ଦୀନି ସାଜିଛି ଆଜି 

କେମିତି ବନ୍ଦିବି କୁହ ଗଣତନ୍ତ୍ର !

    କଷେଣେ ହୃଦୟ ଭାଜି ।


Rate this content
Log in

Similar oriya poem from Tragedy