STORYMIRROR

Bharatabandhu Biswal

Tragedy Inspirational Others

3  

Bharatabandhu Biswal

Tragedy Inspirational Others

କଟକଣା

କଟକଣା

1 min
151


ଅତି ଆଧୁନିକ ବିଜ୍ଞାନ ଯୁଗର

ଅଭିନବ କଟକଣା

ଅବବୋଧ କଲା ରୋଗମହାମାରୀ

ଜୀବନର ପରିସୀମା ।


ଅଟେ ଦ୍ରୁତ ଗତି ଅସାବଧାନତା

ବିପଦଜନକ ଅତି

ଘରେ ବା ବାହାରେ ଲୋଡା ସତର୍କତା

ରହିଥା ଯିଏ ଯେଉଁଠି ।


ମଣିଷ ଅଟଇ ସାମାଜିକ ପ୍ରାଣୀ

ଜୀବନ ସମଷ୍ଟିଗତ

ବିଧି ଓ ବିଧାନ ସମାଜ ଶୃଙ୍ଖଳା

ମାନିବା ଏଣୁ ଉଚିତ ।


ସ୍ୱଚ୍ଛ ପରିବେଶ ରୋଗ ପ୍ରତିଷେଧ

ବୃହତ୍ତର ସ୍ୱ।ର୍ଥରକ୍ଷା

ରାଷ୍ଟ୍ରର ସୁରକ୍ଷା ସର୍ବଜନୋପରି

ହିତ ଆଚାର ସ°ହିତା ।


ଉତ୍ତମ ବିଚାର କର୍ତ୍ତବ୍ୟ ନିଷ୍ଠତା

ନୀୟମ ଅନୁପାଳନ

କରଣୀୟ କର୍ମ ଅବଶ୍ୟ ଉଚିତ

ନାଗରିକ ସଚେତନ ।


ସର୍ବଜନହିତ କଲ୍ୟାଣ କାରଣେ

ନିଷେଧାଜ୍ଞା କଟକଣା

ଉଲ୍ଲଙ୍ଘନ ନୁହେଁ ଲୋଡେ ସହଯୋଗ

ନ ମାନିଲେ ବୁଦ୍ଧିବଣା ।

   


Rate this content
Log in

Similar oriya poem from Tragedy