STORYMIRROR

Pramila Mohanty

Romance

3  

Pramila Mohanty

Romance

କଥା ତ ଏତିକି

କଥା ତ ଏତିକି

1 min
198


କଥା ତ ଥିଲା ଏତିକି

ତୁମେ ମୋର ମୁଁ ତୁମର

ଆସୁପଛେ ଯେତେ ଝଡ

ଭୂଲି ବାନି କେହି କାହାକୁ

ସମୀର କି ନେଲା ଟାଣି

     ତୁମକୁ

କେମିତି ଭୂଲିଲ ସେହି

ବାଲି ଖେଳ ନିର୍ଝଣୀର

ଶୀତଳ ପାଣିରେ ଥୋପ

ଥୋପ ଚାଲି ପାଦ ପକାଇ

 ହାତରେ ହାତ ରଖି

 ଯାଉଥିଲେ ଚାଲି

ସେଇ ରୂପା ଜହ୍ନର ଶୀତଳ

   କିରଣ

ଜୋସ୍ନାର ମୃଦୁ ମନ୍ଦ ପବନ

ପବନ ସାଥେ ଫଗୁଣର

 ଅବିର ରଙ୍ଗର ଟୋଲି

 ବୁଲୁ ଥିଲେ ଖେଳି

 ଯାଉଥିଲେ ଢଳି

ସାଙ୍ଗ ସାଥି ମେଳ

 ରଜ ଦୋଳି ଖେଳ

ସବୁ କିଛି କି କଥାରେ

 ଯାଇଛି ଅଟକି

ହୋଇ ଯାଇଛି ଆଜି

 ବେସାହାର ସାଥୀ

ଶ୍ରାବଣ ବରଷା ଧାରେ

 ଯାଇଛି ବୋହି

ପାଣି ସୁଅରେ ବୁଦ୍ ବୁଦ୍

   ସାଜି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance