STORYMIRROR

Shiba Charan Mahapatra

Tragedy

4  

Shiba Charan Mahapatra

Tragedy

କ୍ଷତାକ୍ତ ପ୍ରେମିକ

କ୍ଷତାକ୍ତ ପ୍ରେମିକ

1 min
156


ଏବେ ଖାଲି ମୋ ପାଇଁ 

ସବୁଠି ମରିଚିକା ର ଲାଲ୍ କୃଷ୍ଣଚୂଡା

ଟହଟହ ହସେ

ପ୍ରତାରଣା ର ପଚାରକ୍ତ ଗନ୍ଧ 

ମୋ ଚତୁଃପାର୍ଶ୍ବରୁ ଭକଭକ୍ ବାସେ

ପ୍ରତି ସଞ୍ଜରେ 

ରଙ୍ଗୀନ ସ୍ଵପ୍ନର ନିଆଁ ଝୁଲ ଦେଖେଇ

ମୋତେ ଜାଳିବାକୁ 

ସେ ମୋ ପାଖରେ ବସେ

ଆଉ ଯେବେ ଓଠ ଚାପି ଚାପି ହସେ

ପ୍ରତି ଥର

ନିଶାସକ୍ତ ମଧୂଝରା ମୁକ୍ତା ଖଣ୍ଡେ ଖସେ 

ଖୁବ୍ ଚେଷ୍ଟା କରେ ତା ହସରୁ ଖସିବାକୁ

"ଧେତ୍ ଆଉ ଛୁଅଁନା"- କହିଦେଇ

ହେଲେ

ମୁଁ କି ଖସିପାରେ ତା ବଳିଷ୍ଠ ବାହୁ ବନ୍ଧନରୁ

ଖସିବାର ଯୁ ହିଁ ନଥାଏ ତା ମହୁଲି ପ୍ରେମ ରୁ 

ସେ ପରା 

ଅନ୍ତରିକ୍ଷ ରେ ତାରା ଫୁଲ ନଅର ତୋଳିଛି

ମୋ ଆଖିରେ ଅଭିସାର ରଚିଦେଇ

ଏବେ ରାସ୍ତା କଡ ବତୀଖୁଣ୍ଟ ହିଁ 

ମୋ ବିଶ୍ୱାସର ମାଇଲ ସ୍ତମ୍ଭ 

ସେ ଚାହିଁଲେ ତାକୁ ଭାଙ୍ଗିପାରେ  

ଅବା 

ପ୍ରତି ସଞ୍ଜରେ 

ଦିକ୍ ଦିକ୍ ହେଇ ଜଳିବାକୁ ଛାଡି ଦେଇପାରେ

ନିର୍ଜନ ଆଉ ଏକାନ୍ତରେ 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy