STORYMIRROR

Prasanna Kumar Das

Inspirational

4  

Prasanna Kumar Das

Inspirational

କ୍ଷମା

କ୍ଷମା

1 min
360

ଏ ମହୀମଣ୍ଡଳେ ଥିବ କେ ଵିରଳ।

ମାଟି ମା ପରାୟ କେ ସହନଶୀଳ।।

ବଦଳୁଛି ଯୁଗ ସଙ୍ଗେ ନୀତି ରୀତି ।

ହଜିଯାଏ ବେଦ ଶାସ୍ତ୍ରଵାଣୀ ପ୍ରୀତି ।।

ଵିଦ୍ୟାଵାନ ଏବେ ନୁହନ୍ତି ବିନୟୀ ।

ଦୟାଵାନ ଦାନୀ ଧନଵାନ କାହିଁ।

ଦୟା ଧର୍ମ ମୂଳ କହିବା ବାହୁଲ୍ୟ।

ଧର୍ମ ବିପଣନେ ହୁଏ ମୂଲଚାଲ।।

ସ୍ବାର୍ଥୀ ଅହଂକାରୀ ହିଂସାପ୍ରିୟ ହୋଇ।

କ୍ଷମାଗ୍ରାହୀ କ୍ଷମା ଦାତା କେହି ନାହିଁ।।

କ୍ଷମା ମନୁଷ୍ୟର ଅମୂଲ୍ୟ ଭୂଷଣ।

କ୍ଷମାଗ୍ରାହୀ ଦାତା ଦୁହେଁ ଭାଗ୍ୟବାନ।।

କାୟ ମନୋ ଵାକ୍ୟେ ଜାଣି ବା ନଜାଣି ।

କୃତ ଅପରାଧ ପଶ୍ଚାତାପ ମଣି।।

କର ହେ ଵିନୟେ କ୍ଷମାର ଯାଚନା।

ନ ହୋଇ କଦାପି ପ୍ରତିବାଦୀ ମନା।।

ଅନନ୍ତ ଶାନ୍ତିର କାମନା ଯେ କରେ ।

ବିବେକ ବିଚାରେ କରମ ସୁଧାରେ।।

ଦିଏ ନାହିଁ କେବେ କାହା ମନେ ଦୁଃଖ‌।

ହୁଏନା ସମାଜ ସମ୍ବନ୍ଧେ ବିମୁଖ।।

ଜ୍ଞାତେ ବାରମ୍ବାର ଅପରାଧ କରି।

କ୍ଷମାର ଯାଚନା ପରିହାସ ପରି।।

ଈଶ୍ବରୀୟ ଗୁଣ କ୍ଷମାର ଯାଚନା।

କ୍ଷମାଦାନୀ ସଦା ରହେ ଉଚ୍ଚମନା।।

     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational