STORYMIRROR

Bidyadhar Mantry

Abstract Inspirational Others

4  

Bidyadhar Mantry

Abstract Inspirational Others

କ୍ଷମା ପରାୟଣ ଦେବତା

କ୍ଷମା ପରାୟଣ ଦେବତା

1 min
360


ମଣିଷ ସଭ୍ୟତା ଯେତେ ଆଗକୁ ଯାଇଛି

ପୁରାଣ ବର୍ଣ୍ଣିତ ବାକ୍ୟ ର ମହତ୍ତ୍ଵ ରହିଛି।

ଦଣ୍ଡିବା ଶକ୍ତି ର ଅଧିକାରୀ ଯିଏ

କ୍ଷମା ଦେବା ର କ୍ଷମତା ରଖିଛି ବି ସିଏ।


ଦୋଷ,ଭୁଲ୍,ଅପରାଧ ରେ ଜଡ଼ିତ ମଣିଷ

ଭୁଲ୍ ସ୍ବୀକାର ପୂର୍ବକ କ୍ଷମା ପାଇଁ ଆଶ।

ନ୍ୟାୟାଧିଶ ହେଲେ ବି ସ୍ୱଭାବେ ମଣିଷ

କ୍ଷମା ପ୍ରଦାନରେ ମଣିଷ ଜୀବନ ହୋଇବ ସରସ।


ଜଣା ଅଜଣା ଭୁଲ୍ ପାଇଁ ମଣିଷ ବିଚାର-ଅଧୀନ

କ୍ଷମା ବିହୁନେ ଦୁର୍ବିସହ ହୁଏ ବଳକା ଜୀବନ

ଭୁଲ୍ ସ୍ବୀକାର ପୂର୍ବକ କ୍ଷମା ପ୍ରାର୍ଥନା ବଳରେ

ଜୀବନ ଭିକ୍ଷା ଗୁହାରୀ ବିଚାରକ ନିକଟରେ।


ବିଚାରକ ଆସନ ହିଁ ଦେବତା ସମାନ

ପକ୍ଷପାତ ବିନା ଉଚିତ ନ୍ୟାୟ ବିଚାରଣ

ସତ୍ୟ ଦୟା କ୍ଷମା ଶାନ୍ତି ର ମୂରତି

କ୍ଷମା ପ୍ରଦାନ ରେ ଦୋଷୀ ହୁଏ ମୁକ୍ତି।


ଭଲ କର୍ମ ର ଭଲ ଫଳ ଆଶା,ନୁହଇ ଅନ୍ୟଥା 

ଭୁଲ୍ କର୍ମ ପରେ ଅନୁତାପ ପୁଣି କ୍ଷମା କଥା

ମଣିଷ ହିଁ ଭଲ କର୍ମ ବଳେ ମିଳେ ଦେବତା ଆସନ

ଦେବତା ପରି ପୁଜ୍ୟ, ସମାଜରେ ମିଳିବ ସମ୍ମାନ।


ଦୋଷ ଅପରାଧ ପାଇଁ ଦଣ୍ଡ ରହିଛି ରହିବ

କ୍ଷମା ଦେଇ ଦେବତା ଆସନ ବି ଅକ୍ଷୁର୍ଣ୍ଣ ରହିବ।


Rate this content
Log in

Similar oriya poem from Abstract