STORYMIRROR

Sukanti Hotta

Classics

3  

Sukanti Hotta

Classics

କରୁଣା ପ୍ରଦାତା ଈଶ୍ୱର

କରୁଣା ପ୍ରଦାତା ଈଶ୍ୱର

1 min
254

ଅତି ଆତୁରରେ ଡାକୁଛୁ ତୁମକୁ

ହେ ତ୍ୟାଗର ମୂରତି


ଆସି ଯାଅ ତୁମେ ପ୍ରେମ ବାଣ୍ଟି ଦେବ

ବିରାଜିବ ଏଠି ଶାନ୍ତି


ଇର୍ଷା ଦ୍ୱେଷ ଆଉ ପରଶ୍ରୀକାତର

ସବୁ ଦୂର ହୋଇଯିବ


ଈଶ୍ୱର ତୁମେ ଓଲ୍ହାଇ ଆସ ହେ

ମାନବ ସୁଖେ ରହିବ


ଉଠି ଯାଅ ପ୍ରଭୁ ତପସ୍ୟାରୁ ତୁମେ

ଆଖି ଖୋଲି ଥରେ ଦେଖ


ଊଣା କରନାହିଁ ତୁମର କରୁଣା

ବିପଦରୁ ତୁମେ ରଖ


ଋଷିମୁନି ପରି ଡାକିପାରୁ ନାହୁଁ

ନାହିଁ ଆମ ପାଖେ ଭକ୍ତି


ୠଗୁଣ ଶରୀର କପଟରେ ଭରା

ଆମକୁ ଦିଅ ଶକ୍ତି


ଏହି ସଂସାରରେ ହାଣ କାଟ ହୋଇ

ରକ୍ତ ବୋହୁଛନ୍ତି


ଐଶ୍ୱର୍ଯ୍ୟ ବିଭବ ପଛେ ମିଛେ ଧାଇଁ

ପ୍ରତାରଣା କରୁଛନ୍ତି


ଓ ଅକ୍ଷରରେ ପ୍ରେମ ଭରିଅଛି

ତ୍ୟାଗର ହେ ପ୍ରତିମୂର୍ତ୍ତି


ଔଷଧର ତୁମେ ମହା ଔଷଧି

ସଂସାରରେ ଦିଅ ଶାନ୍ତି


Rate this content
Log in

Similar oriya poem from Classics