କରୁଛି ଚିନ୍ତା ଦଂଶନ
କରୁଛି ଚିନ୍ତା ଦଂଶନ
(ରାଗ:- ଚୋଖୀ)
ଦଂଶନ ଚିନ୍ତନ କରୁଛି
ଜ୍ଞାନ ଶୁନ୍ୟ ହେଉଛି
ବୁଦ୍ଧି ଦିଶୁନାହିଁ କାଳିଆ
କଷ୍ଟ ଅତି ଦେଉଛି !!
ବୃଦ୍ଧ ଏ ବୟସ ମୋହର
ଚିନ୍ତା କରେ ଚିନ୍ତିତ
କାରଣ ତାହାର ବୁଝିବା
କାହିଁ ମୁହିଁ ସାମର୍ଥ୍ୟ !!
ନେତ୍ର ଦେଖୁ ଅଛି ଦୁନିଆ
ପରା ଜନ ତାଣ୍ଡବ
ଯନ୍ତ୍ରଣା ଦେଉଛି ଅପାର
ଆଣେ ଚିନ୍ତାର ଭାବ !!
ଅନ୍ତରେ ଚିନ୍ତନ ହଟୁଛି
ଭକ୍ତି ଭାବ ଯାଇଛି
ଦେଖୁଛୁ କାଳିଆ ତୁହିତ
କଷ୍ଟ ଅତି ହେଉଛି !!
ଶକ୍ତି ସଞ୍ଚାରିତ କରହେ
ଦୂର କର ଠାକୁର
ଭକ୍ତିପ୍ରୀତି ଗୁଞ୍ଜୁ ହୃଦୟେ
ଧ୍ୟାନ ଦିଅ ଈଶ୍ଵର !!
ବୃଥା କି ହୋଇବ ଜୀବନ
ଯଦି ଭକ୍ତି ନ ଥିବ
ନର୍କେ ପଡ଼ି ଥିବି ସର୍ବଦା
ନ ଥିଲେ ଭକ୍ତି ତବ !!
କୁ କର୍ମକୁ କେବେ କରିନି
ଅଛି ସତ୍ୟର ବାଟେ
ଧର୍ମର ପଥରେ ରହିଛି
ଅଛିଟି ଚିନ୍ତା ସଂକଟେ
ଦିଅ ଦୂର କରି ଅନନ୍ତ
ଆଣ ଭକ୍ତିର ବାଟେ !!
ଲୋଭମାୟାମୋହେ ପଡ଼ିଛି
ଦୂର ହେଉ ତା ଏବେ
ଅନ୍ତର୍ଗତେ ଭକ୍ତି ତୋହର
ଗୁଞ୍ଜୁ ଥାଉହେ ଦେବେ !!
ଜୀବ ପ୍ରତି ଦୟା ରଖିଛି
କରେ ଜନ କଲ୍ୟାଣ
ଶକ୍ତି ଅଛି ଯାହା କରୁଛି
କରେ ରାଷ୍ଟ୍ର କର୍ମଣ !!
କରିଛି ବା ଭୁଲ ଅଜ୍ଞାନେ
କ୍ଷମା କର ତାହାର
ଶାନ୍ତ କରି ଦିଅ ଅଶାନ୍ତ
ଦୂର କର ଚିନ୍ତାର !!