STORYMIRROR

Upendra prasad Mahala

Inspirational Others

4  

Upendra prasad Mahala

Inspirational Others

କରୁ ଆମେ ନମସ୍କାର

କରୁ ଆମେ ନମସ୍କାର

2 mins
227


ଆମେ ବାଛୁ ଆମ ହାତେ ଭାଗ୍ୟ
କରୁ ତୁମ ଜୟ ଜୟକାର।
ତୁମେ ହାତେ ଉଡେ ତ୍ରିରଂଗା 
ଆମେ କରୁ ନମସ୍କାର।
ହେ ନୂଆ ଯୁଗର ରୂପକାର 
ଭାଗ୍ୟବିଧାତା ଆମର !!

ନେତା ହୋଇ ତୁମେ ସାଜିପାର
ଅଭିନେତା ପୁଣି ଯାଦୁଗର
ଶବ୍ଦର ଯାଦୁରେ ସପନ ବୁଣି
ମଣିଷଙ୍କୁ ବୋକା ବନେଇପାର।
ହେ ନୂଆ ଯୁଗର ଭାଷ୍ୟକାର !!

ଚତୁର ତୁମେ ସୌଦାଗର
ଚଉକି ପାଇଲେ ଜାବୁଡି ଧର।
ରାଜନୀତି ସତରଞ୍ଜି ଖେଳେ
ଗୋଟି ଚାଳନାରେ ଧୁରନ୍ଧର ।
କଳକୌଶଳେ ବାଜି ଜିତି
କ୍ଷମତାର ଶିଢି ଚଢିପାର। 
ଚୁଟୁକିରେ ଭାଂଗି ଝୁମ୍ପୁଡି ଘର
ସପନସହର ଗଢିପାର।
ଘଡିକେ ଘଡି ରଂଗ ବଦଳାଅ
ଏଯୁଗର ତୁମେ ରୂପକାର !!

ଚମତ୍କାର ଖାଲି ଚମତ୍କାର
ପ୍ରତିଶ୍ରୁତି ବିକି କର ବେପାର
ଯୋଜନା ପରେ ଯୋଜନା କର
ଗରିବ ହୁଏ ଦିନକୁ ଦିନ
ଗରିବତର, ବଡ ବିତିଚ୍ର।
ହେ ପ୍ରବଳ, ଆମେ ଦୁର୍ବଳ
ବିନା ନିଆଁରେ ଧୁଆଁ ବାଣ ମାରି
ରାବଣ ପୋଡି ମଉଜ କର ।
କ୍ଷମତା ପାଇଲେ ଭୁଲିଯାଅ ସବୁ
ଜନସେବା ଛାଡି କି ଲୀଳା କର।
ପାଦ ଧରି ପୁଣି ଚୁଟି ଟାଣ
ରୁଦ୍ର ରୂପ ଧରି ରଡି ଛାଡ 
ଗରିବ ତଣ୍ଟିରୁ କ୍ଷୀର କାଢ
ମାରିପାର ଅ।ଉ ତାରିପାର
ନାଲି ଅ।ଖି ଦେଖି ଲାଗେ ଡର
ଗୁଣ୍ଡା ବାହିନୀ ପଘା ଖୋଲିଲେ
ମାଟିରୁ ଅ।କାଶ ଥରହର ।

ମହାବୀର ତୁମେ ପାରଙ୍ଗମ
ମୃତ୍ୟୁ ଅ।ଗରୁ ଗଢିପାର
ନିଜ ପ୍ରତିମୂର୍ତ୍ତି, ଭବ୍ୟ ମନ୍ଦିର
ଧନ୍ୟ ହେଉ ଦେଖି ଗୁଣ ବେଭାର।
ହେ ନୂଆ ଯୁଗର ରୂପକାର
ସତରେ କି ଚମତ୍କାର !!

ଭାବିଥିଲୁ ଆମେ ଗଢିଦେବ 
ସୁନାର ଦେଶ । ଗୋଟିଏ 
ପତାକା ତଳେ ଠିଆ ହେବୁ 
ନ ଥିବ ବଡ଼ କି ସାନ ଭେଦ।
ବସୁଥିବ ନ୍ୟାୟ ଦରବାର
ଚଉକି ତଳେ ନ ଥିବ ପଣସ
ନ ଥିବେ ଠକ, ଭଣ୍ଡ, ପ୍ରବଞ୍ଚକ।
ସଭିଙ୍କ ମୁଣ୍ଡକୁ ଛାତଟିଏ ଥିବ
ପେଟ ଚାଖଣ୍ଡକୁ ମୁଠାଏ ଭାତ,
ନ ଥିବ ରୋଗ କି ମଡକ ଭୟ ।
ଗୋଟିଏ ନୀତି, ଗୋଟିଏ ଦେଶ
ସମସ୍ତଙ୍କ ଲାଗି ସମାନ ଶିକ୍ଷା 
ମାଗଣା ସ୍ବାସ୍ଥ୍ୟ, ସୁରକ୍ଷିତ
ଥିବ ମୌଳିକ ଅଧିକାର ।

ବିକାଶ ପଥେ ଚାଲିଥିବ ଦେଶ
ଜୟ ଯବାନ, ଜୟ କିଷାନ, 
ଜୟ ବିଜ୍ଞାନ ନାରା ଶୁଭୁଥିବ।
ଫେରିଥିବ ଜନତାଙ୍କ ତନ୍ତ୍ର  
ଗାନ୍ଧିଜୀଙ୍କ ରାମରାଜ୍ୟ ମନ୍ତ୍ର, 
ଅ।ମ ସ୍ବପ୍ନର ଭାରତ।

ଇଏ କି କଲ, ଇଏ କି କଲ ?
ମୂଲ୍ୟବୋଧ ବିକି ଅଭିନୟ କଲ
ରାଜନୈତିକ ଫାଇଦା ଲାଗି
ସ୍ବପ୍ନ ଭାଙ୍ଗିଦେଲ ଜନତାର ।
କଥା ଓ କାମର ନୂଅ। ପରିଭାଷା
ଶିଖାଇ ଦେଲ ନେତା ପ୍ରବର।

'ପରିବର୍ତ୍ତନ ଆସିବ ଆସିବ'
ନାରା ଦେଇ ଦର୍ପେ ଚାଲୁଥାଅ
ପଛେ ପଛେ ଆମେ ଧାଇଁଥାଉ।
'ଆମ ତନ୍ତ୍ର ବିଶ୍ବରେ ସ୍ବତନ୍ତ୍ର, 
ଅଦ୍ୱିତୀୟ' ବୋଲି କର ପ୍ରଚାର।
ପେଟରେ ଭୋକ, ମୁହଁରେ ଲାଜ
ଆମେ ନାଚାର, ମୁଣ୍ଡ ନୁଆଁଇ
କରୁ ଜୟ ଜୟ, ନମସ୍କାର ।

*******



Rate this content
Log in

Similar oriya poem from Inspirational