Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sambit Srikumar

Tragedy Classics Inspirational

4.5  

Sambit Srikumar

Tragedy Classics Inspirational

କର୍ତ୍ତବ୍ୟ

କର୍ତ୍ତବ୍ୟ

1 min
370


ଏଇଟା ମୋର କାମ ନୁହେଁ

କହି କହି ଦେଇଛି ବୁଜି

ମୋହର ଦୁଇଟି ଯାକ ଆଖି

ଆନର ଦୁଃଖ କଷ୍ଟ ଯନ୍ତ୍ରଣା

ଅବା ଦେଶର ଦୁର୍ଦ୍ଦଶା

କାହିଁ ବା ହେବି ମୁଁ ବିଚଳିତ

ଏଇ ତ ମୋର କାମ ନୁହେଁ

କାହିଁ ବା କରିବି ଏଥିପାଇଁ ଚିନ୍ତା

ଯାଉ ଭାସି ଏଇ ଦେଶ

ମୋର ବା ଯାଏ କଣ

ଆପେ ବଞ୍ଚିଲେ ତ ବାପର ନାଁ ।


ଏମିତି ଯଦି ଭାବିବା ସମସ୍ତେ

ତେବେ ଆପଣା ସମସ୍ଯାରେ

କିଏ ଅବା କାହିଁ ଆମ୍ଭକୁ

ବଢାଇବ ଆକୁଣ୍ଠ ଚିତ୍ତେ

ସାହାଯ୍ଯ ସହଯୋଗର ହାତ

ଦେଶ ତ ଗଢା ହୁଏ

ଆମ ପରି ସାଧାରଣ

ମଣିଷମାନଙ୍କୁ ନେଇ

ଆମେ ଯଦି କରିବାନି

ନିଜର କର୍ତ୍ତବ୍ୟ ସମ୍ପାଦନ

ତେବେ କାହଁକି ସାବ୍ୟସ୍ତ

କରିବା ନାଗରିକ ଅଧିକାର ।


କର୍ତ୍ତବ୍ୟ ଓ ଅଧିକାର

ପରସ୍ପରର ପରିପୁରକ

ଏକଇ ଆନଠୁ ନୁହଁଇ ଭିନ୍ନ

ଅଧିକାର ସାବ୍ୟସ୍ତ କରିବା

ପୂର୍ବରୁ ଚିନ୍ତା କରି ଦେଖ

ଥରେ ଆପଣାର କର୍ତ୍ତବ୍ୟ

ସଠିକ୍ ଭାବେ ସମ୍ପାଦନ

କରିଛୁ କି ନାହିଁ

ତେବେ ଯାଇ ହେବ

ଆମର ଭାରତ ଦେଶ ସମୃଦ୍ଧ ।


କର୍ତ୍ତବ୍ୟ ସମ୍ପାଦନ କରିବା ହିଁ

ଦେଶର ପ୍ରଗତିର ମୂଳମନ୍ତ୍ର

କେବଳ ଶିକ୍ଷିତ ହୋଇବା

ଆମ ଲାଗି ନୁହଁଇ ଯଥେଷ୍ଟ

କର୍ତ୍ତବ୍ୟ ପରାୟଣ ହେଲେ

ନିଶ୍ଚେ ହଟିବ ଦୂର୍ଗତି

ବିରାଜିବ ଅଖଣ୍ଡ ପ୍ରଶାନ୍ତି ।


Rate this content
Log in

Similar oriya poem from Tragedy