କର୍ତ୍ତବ୍ୟ
କର୍ତ୍ତବ୍ୟ
ସଂସାରକୁ ଆସିଛେ ଆମେ କରିବାକୁ କିଛିତ କର୍ତ୍ତବ୍ୟ
ଯା ପାଇଁ ଯା ଉଦ୍ଦିଷ୍ଟ ନ କରିବା ତାକୁ ଭ୍ରଷ୍ଟ
ନହେଉ ସେ ଅତିବ ଧର୍ତ୍ତବ୍ୟ ।
ପିତାମାତା ଗୁରୁଜନ ପୁତ୍ର କନ୍ୟା ପି୍ରୟଜନ
ସମସ୍ତେ ତ କର୍ତ୍ତବ୍ୟରେ ବନ୍ଧା
ହେବା ନାହିଁତ ବିଚୁ୍ୟତ ବା ଦେବାନାହିଁ କେବେ କ୍ଳିଷ୍ଟ
ସବୁଥିରେ ହେବା ଆମେ ସ୍ଥିତି ପ୍ରଜ୍ଞ ।
ଏ ଜୀବନ ଏ ସଂସାର ଜାଣିବି ସବୁ ଅସାର
ଗିରିଶିଖେ ଚାଲିବା ନିକର
ଲକ୍ଷକୁ ବିଲୟ କଲେ କର୍ତ୍ତବ୍ୟରେ ହେଳା କଲେ
ଆମ ପ୍ରଭୁ ହୋଇବେ ଅସ୍ଥିର ।
ସମସ୍ତଙ୍କ ମନ ନେଇ ସୁନା ସଂସାର ଥୋଇ
କେବେ ଆମେ ନହେବା ବିଚୁ୍ୟତ
ଅପଯଶ ଆଣିବାନି ଓ ହେଳା କେବେ କରିବାନି
ଏହା ଆମ ତିନିବାର ସତ୍ୟ ।
ଆସ ଆସ ମେଳି ହୋଇ ନେବାତ ଶପଥ ଭାଇ କର୍ତ୍ତବ୍ୟରେ କରିବାନି ହେଳା
ଯେ ଯାହା କର୍ତ୍ତବ୍ୟରାଶି ତାକୁ ଆମେ ସୁ ପ୍ରକାଶି
ପୂର୍ଣ୍ଣ କରିବା ଆମେ ପ୍ରଭୁଙ୍କ ଲୀଳା ।
