STORYMIRROR

Arundhati Jena

Inspirational Others

2  

Arundhati Jena

Inspirational Others

କର୍ତ୍ତବ୍ୟ ଆଉ ଦାୟିତ୍ଵ

କର୍ତ୍ତବ୍ୟ ଆଉ ଦାୟିତ୍ଵ

1 min
10

      

ଅନ୍ୟ ର କର୍ତ୍ତବ୍ୟ ଆଉ ଦାୟିତ୍ଵ ଉପରେ

 ବଡ଼ ବଡ଼ ଭାଷଣ ଦେଉଥିବା ମଣିଷ ମାନେ

ଆପଣ ମାନଙ୍କ ପାଇଁ ଗୋଟିଏ ପ୍ରଶ୍ନ

ଏଇ କର୍ତ୍ତବ୍ୟ ଆଉ ଦାୟିତ୍ଵ ର ପରିଭାଷା କଣ?

କର୍ତ୍ତବ୍ୟ ଆଉ ଦାୟିତ୍ଵ ର ଅର୍ଥ ସଭିଙ୍କ ପାଇଁ

    ସମାନ ନା ଭିନ୍ନ କାରଣ ଏଠି ଅନେକ

ନିଜର ଦାୟିତ୍ଵ ଆଉ କର୍ତ୍ତବ୍ୟ କୁ ଭୁଲି

   ଅନ୍ୟ ର କାର୍ଯ୍ୟ କୁ ଚାହିଁ ବସି ରୁହନ୍ତି।

ସତେ ଅବା ଚିଲ ପକ୍ଷୀ ନିଜ ଶିକାର

          କୁ ତୀକ୍ଷ୍ଣ ଦୃଷ୍ଟିରେ ରହିଛି ଅନାଇ

ସୁଯୋଗ ଦେଖି ପଞ୍ଝା ମାରି ଝାଂପି ନେଇ

        ଉଡି ଯିବ ଆଖି ଆଗରୁ ଅନେକ ଦୂରକୁ।

ଏଇ ଯୋଉ ଦାୟିତ୍ଵ ଆଉ କର୍ତ୍ତବ୍ୟ ର ଛକାପଞ୍ଝା

  ଖେଳ ଏଥିରେ କେବଳ ଜଣେ ହିଁ ବଳି ପଡେ

ଆଉ ସବୁ ଗୋଡ଼ ଘଷରା ମାରି ନିର୍ଲଜ ମୁହଁରେ

   ବହୁରୂପୀ ସାଜି ନିଜର ବାହାବା କରନ୍ତି।

ଏଇ ଦାୟିତ୍ଵ ଆଉ କର୍ତ୍ତବ୍ୟ ଗୋଟିଏ ପାଖିଆ

      ରାସ୍ତା ନୁହେଁ ବରଂ ଦୁଇ ପାଖ ରାସ୍ତା ଇଏ

ଦେବା ଆଉ ନେବା ପରସ୍ପର ପରିପୂରକ

       ଭୁଲିଗଲେ ସଂପର୍କ ର ଡୋରି ଛିଡିଯାଏ।

ଦାୟିତ୍ଵ ଆଉ କର୍ତ୍ତବ୍ୟ ର ଏ ନାଗଫାଶ ରେ

       ଅଣନିଶ୍ବାସୀ ମଣିଷ ନିଜ ଅସ୍ତିତ୍ବ ହରାଏ

ତା ମୃତ୍ୟୁ ରେ ମିଥ୍ୟା ଦୁଃଖୀ ହେବାର ନାଟକ

        ସମାଜ ର ଅନେକ ରଙ୍ଗ କୁ ବୁଝାଏ।



Rate this content
Log in

Similar oriya poem from Inspirational