Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sukadev Mahanta

Inspirational

3  

Sukadev Mahanta

Inspirational

କୃତଜ୍ଞତା

କୃତଜ୍ଞତା

5 mins
149



ଗାଁ ମୁଣ୍ଡରେ ସ୍କୁଲଟିଏ | ଗାଁ ଟି ବି ବେଶି ବଡ ନୁହେଁ |

ତଥାପି ଗାଁର କିଛି ଶିକ୍ଷିତ ଉଚ୍ଚାକାଙ୍କ୍ଷୀ ବ୍ୟକ୍ତିଙ୍କ ପ୍ରଚେଷ୍ଟାରେ ଗଢିଉଠିଥିବା ସ୍କୁଲଟି ଅଳ୍ପ ଦିନ ମଧ୍ୟରେ ଏକ ଭଲ ସ୍କୁଲ ଭାବେ ପରିଚୟ ଅର୍ଜନ କରିପାରିଥିଲା | ଆଖ ପାଖ ଗ୍ରାମର ନାମୀ ଦାମୀ ଘରର ପିଲା ଓ ସେମାନଙ୍କର ପିତାମାତାଙ୍କର ସେ ସ୍କୁଲ ହିଁ ପ୍ରଥମ ପସନ୍ଦ | ଏହାର ଉନ୍ନତ ଶିକ୍ଷା ବ୍ୟବସ୍ଥା ସାଙ୍ଗକୁ ଉତ୍ସର୍ଗୀକୃତ ଶିକ୍ଷକ ସେମାନଙ୍କ ଉଦାର ସ୍ନେହ ବୋଳା ଆଚରଣ ମାଧ୍ୟମରେ ଛାତ୍ର ଛାତ୍ରୀଙ୍କ ମନରେ ଗଭୀର ପ୍ରଭାବ ପକାଇ ପାରିଥିଲେ |

 ଅଳ୍ପଦିନ ଆଗରୁ ଶିକ୍ଷୟିତ୍ରୀ ଭାବେ ସେ ସ୍କୁଲରେ ଯୋଗ ଦେଇଥାନ୍ତି ଶୀମତୀ ମଧୁମିତା ମହାନ୍ତି | ତ|ଙ୍କୁ ସପ୍ତମ ଶ୍ରେଣୀର କ୍ଳାସ ଟିଚର ଦାୟିତ୍ଵ ଦିଆଯାଇଥାଏ |

ଶ୍ରୀମତୀ ମହାନ୍ତି “Good morning! Love you all , Children! “ କହି ପ୍ରତିଦିନ ତାଙ୍କର କ୍ଳାସ ଆରମ୍ଭ କରନ୍ତି | କିଛିଦିନ ପରେ ଏକ ପିଲାର ଗତିବିଧି ଅନୁଧ୍ୟାନ କରି ସେ ଉପଲବ୍ଧି କଲେ ଯେ ସେ ପିଲାଟିର ଆଚରଣରେ ସେ ସନ୍ତୁଷ୍ଟ ନୁହନ୍ତି|ତେଣୁ ସେହି କ୍ଳାସରେ ତାଙ୍କର ‘Love you all’ ବକ୍ତବ୍ୟଟି ଯେ ସଠିକ , ସେଥିରେ ସେ ସନ୍ଦିହାନ ହେଲେ | ପିଲାଟି କ୍ଳାସର ଶେଷ ଧାଡିରେ ସବୁଦିନେ ବସେ | କୌଣସି ପ୍ରଶ୍ନର ଉତ୍ତର ଦିଏ ନାହି | ସବୁବେଳେ ମୁହଁ ତଳକୁ କରି ବସିଥାଏ |ସ୍କୁଲ ବ୍ୟାଗ ଚିରା |ଡ୍ରେସ ଅପରିଷ୍କାର | ନୁଖୁରା କେଶ |ମୁଣ୍ଡ କୁଣ୍ଡାଇବା ସେ ବୋଧେ ଶିଖି ନାହି |ନାଁ ଟି ତାର ଶୁଭମ |ପଢାଇଲା ବେଳେ ଶ୍ରୀମତୀ ମହାନ୍ତି ସବୁ ପ୍ରକାର ନକାରାତ୍ମକ ଟିପ୍ପଣୀ ଶୁଭମକୁ ଲକ୍ଷ୍ୟ କରି ଦେଇଥାନ୍ତି ଓ ନିଜର ବିରକ୍ତି ଭାବ ତା ଉପରେ ହିଁ ଶେଷ କରିଥାଆନ୍ତି |ସ୍କୁଲର ନିୟମ ଅନୁସାରେ ପ୍ରତି ତିନି ମାସରେ ପିଲାଙ୍କର ତ୍ରୈମାସିକ ପରୀକ୍ଷା ହୋଇ Progress Report ପ୍ରସ୍ତୁତ କରାଯାଏ ଓ ସେସବୁ ପ୍ରଧାନ ଶିକ୍ଷୟିତ୍ରୀ ନିଜେ ତଦାରଖ କରନ୍ତି |

ସପ୍ତମ ଶ୍ରେଣୀର Progress Report ଦେଖିଲା ବେଳେ ଶୁଭମର Progress Report ପାଖରେ ଅଟକିଗଲେ ପ୍ରଧାନ ଶିକ୍ଷୟିତ୍ରୀ | ସପ୍ତମ ଶ୍ରେଣୀର କ୍ଳାସ ଟିଚର ଶ୍ରୀମତୀ ମହାନ୍ତିଙ୍କୁ ଡକାଇଲେ ସେ |ତାଙ୍କୁ କହିଲେ ଛାତ୍ରଟିର କଣ progress ହୋଇଛି ତାହା ଜଣାଇବା ପରିବର୍ତ୍ତେ ଆପଣ ଏସବୁ କଣ ଲେଖିଛନ୍ତି ?

ଶ୍ରୀମତୀ ମହାନ୍ତି ଶୁଭମ ବିରୁଦ୍ଧରେ ସମସ୍ତ ଅଭିଯୋଗ ଜଣାଇବା ପରେ ପ୍ରଧାନ ଶିକ୍ଷୟିତ୍ରୀ ତାଙ୍କୁ ଫେରି ଯିବାକୁ କହିଥିଲେ ଓ ଶୁଭମର ଗତ ତିନି ବର୍ଷର progress report ତାଙ୍କ ନିକଟକୁ ପଠାଇ ଦେଇଥିଲେ |

Common Room ରେ ବସି ଶ୍ରୀମତୀ ମହାନ୍ତି ଶୁଭମର Progress Report ପଢୁଥିଲେ |

ଚତୁର୍ଥ ଶ୍ରେଣୀର Progress Report ରେ ମନ୍ତବ୍ୟ : Brilliant and Extraordinary. The Brightest Student of the Class.

ଆଶ୍ଚର୍ଯ୍ୟ ହୋଇଥିଲେ ଶ୍ରୀମତୀ ମଧୁମିତା ମହାନ୍ତି |

ପଞ୍ଚମ ଶ୍ରେଣୀର ମନ୍ତବ୍ୟ : Average , His mother is suffering from terminal Cancer.

ଦୁଃଖରେ ଭାଙ୍ଗି ପଡୁଥିଲେ ଶ୍ରୀମତୀ ମହାନ୍ତି |

ଷଷ୍ଠ ଶ୍ରେଣୀର ମନ୍ତବ୍ୟ : Below Average .He has lost his mother. He needs compassion and due attention.

 ଏହା ପଢି ତାଙ୍କ ମନରେ ଶୁଭମ୍ ପ୍ରତି ଗଭୀର ସମବେଦନା ଜାଗ୍ରତ ହେଲା | ତାଙ୍କ ଦୁଇ ନେତ୍ର ଲୋତକରେ ଭରିଗଲା | Common Room ର ନିଭୃତ କୋଣରେ ବସି ସମସ୍ତଙ୍କ ଅଲକ୍ଷ୍ୟରେ ଲୁହ ପୋଛୁଥିଲେ ଶ୍ରୀମତୀ ମହାନ୍ତି | ତାଙ୍କ ହୃଦୟରେ ଏକ ମମତାମୟୀ ମାଆର କାରୁଣ୍ୟ ଭାବ ଜାଗ୍ରତ ହେଲା |ପରଦିନ କ୍ଳାସରେ ପହଞ୍ଚି ଶ୍ରୀମତୀ ମହାନ୍ତି ପ୍ରତିଦିନ ଭଳି କହିଥିଲେ :“ Love you all Children'' |ଦୀର୍ଘଶ୍ଵାସ ନେଇ ଉପଲବ୍ଧି କରିଥିଲେ , ଭୁଲ କହୁଛନ୍ତି ସେ ଶୁଭମକୁ | କେବଳ ଶୁଭମକୁ ହିଁ ସେ ସବୁଠାରୁ ଅଧିକ ଭଲ ପାଆନ୍ତି |ସେଇଦିନଠାରୁ ଶୁଭମ ପ୍ରତି ତାଙ୍କର ଧାରଣା ଓ ବ୍ୟବହାର ବଦଳି ଯାଇଥିଲା |

ବର୍ଷ ଶେଷରେ ପିଲାମାନଙ୍କ ତରଫରୁ ଶ୍ରେଣୀ ଶିକ୍ଷକଙ୍କୁ କିଛି ଉପହାର ଦେବାର ବିଧି ପ୍ରଚଳିତ ଥାଏ ସେ ସ୍କୁଲରେ | ସମସ୍ତଙ୍କ ଉପହାର ସୁଦୃଶ୍ୟ ପ୍ୟାକେଟରେ ସଜାହୋଇ ଥୁଆ ହୋଇଥାଏ | କେବଳ ଗୋଟିଏ ପ୍ୟାକେଟ ଲୋଚାକୋଚା ଖବର କାଗଜରେ ଗୁଡା ହୋଇ କାନ୍ଥ କଡକୁ ଅଣଦେଖା ହୋଇ ପଡିରହିଥାଏ |

କାହିଁକି କେଜାଣି ଶ୍ରୀମତୀ ମହାନ୍ତିଙ୍କ ମନକୁ ଲାଗିଲା କାନ୍ଥ କଡରେ ଥିବା ପ୍ୟାକେଟଟା ନିଶ୍ଚୟ ଶୁଭମର ହୋଇଥିବ |

ପ୍ୟାକେଟଟି ସେ ଖୋଲିଲେ |ସେଥିରେ ଥିଲା ଅଧା ବ୍ୟବହାର କରାଯାଇଥିବା ଏକ scent ଶିଶି ଓ ପୁରୁଣା ଦୁଇ ପଟ ରଙ୍ଗୀନ ପଥର ବସା ବ୍ରୋଞ୍ଜ ଚୂଡି| ସେଥିରୁ ଅନେକ ପଥର ଖସି ଯାଇଥିଲା |

ସାଥି ପିଲାଙ୍କ ହାସ୍ୟରୋଳରେ କ୍ଳାସ କମ୍ପି ଉଠିଥିଲା | ଶ୍ରୀମତୀ ମହାନ୍ତି ନିରବୀ ଯାଇଥିଲେ | ଦେଖୁଥିଲେ ଶୁଭମକୁ| ଶୁଭମ ଚାଲିଯାଇଥିଲା ଅନ୍ୟ ଏକ ଜଗତକୁ | ଖୋଜୁଥିଲା ସେଠାରେ ମା’ର ଆଦର ଓ ସ୍ନେହ ମମତା |

ଅନ୍ୟ ସମସ୍ତ ଉପହାରଗୁଡିକୁ ଏଡେଇ ଦେଇ ନିଜ ଦେହରେ scent କିଛି spray କରିଥିଲେ ଶ୍ରୀମତୀ ମହାନ୍ତି ଏବଂ ପୁରୁଣା ବ୍ରୋଞ୍ଜ୍ ଚୂଡି ଦୁଇ ପଟ ପିନ୍ଧିଥିଲେ ନିଜ ହାତରେ |ଧୀରେ ଧୀରେ ପାଖେଇ ଯାଇଥିଲେ ଶୁଭମ ନିକଟକୁ|ଅପୂର୍ବ ବାତ୍ସଲ୍ୟ ମମତାର ବନ୍ୟାରେ ତାଙ୍କ ମାତୃ ହୃଦୟ ପ୍ଳାବିତ ହେବାରେ ଲାଗିଲା | ସେ ଜୋରରେ ଜାବୁଡି ଧରିଥିଲେ ଆଦରରେ ଶୁଭମକୁ| ଆଖିରୁ ଥିଲା ତାଙ୍କର ଝରିଯାଉଥିଲା ଧାର ଧାର ଲୁହ | ଅନ୍ତରରେ ବହୁଥିଲା ଅଜସ୍ର ମମତାର ଅବାରିତ ଫଲ୍ଗୁ ଧାରା |

ଶ୍ରୀମତୀ ମହାନ୍ତିଙ୍କ ମୁହଁକୁ ଚାହିଁଥିଲା ଶୁଭମ |ଆଖିରେ ଥିଲା ତା’ର ଲୁହ | ଶ୍ରୀମତୀ ମହାନ୍ତିଙ୍କ ଠାରେ ସେ ତା ସ୍ୱର୍ଗୀୟା ମାଆଙ୍କୁ ଯେପରି ଖୋଜି ପାଇଥିଲା | ସେ କହି ପକାଇଲା , “ମୁ ମା’ଙ୍କୁ ଆଜି ଖୁବ ପାଖରୁ ଦେଖି ପାରୁଛି ,ତାଙ୍କର ଉପସ୍ଥିତି ଅନୁଭବ କରି ପାରୁଛି| ଏଇ scent ମା’ ଙ୍କର ଅତି ପ୍ରିୟ | ମା’ଙ୍କୁ ମଶାଣିକୁ ନେଲା ପୂର୍ବରୁ ତାଙ୍କ ହାତରୁ ଏଇ ଚୂଡି ଦୁଇପଟ ଖୋଲି ଦିଆଯାଇଥିଲା |” ଏହାପରେ ଦିନ ମାସ ହୋଇ ସରିଯାଉଥିଲା ବର୍ଷ |ଶୁଭମର ବିଦ୍ୟାଳୟ ଶିକ୍ଷା ଶେଷ ହେଲା |ଶ୍ରୀମତୀ ମହାନ୍ତିଙ୍କ ସ୍ନେହ ମମତାପୂର୍ଣ୍ଣ ଶିକ୍ଷାଦାନ ତାକୁ ମାତୃ ବିୟୋଗ ଦୁଃଖରୁ ମୁକ୍ତ କରି ଏକ କୃତୀ ଛାତ୍ରରେ ପରିଣତ କଲା | ଦଶମ ଶ୍ରେଣୀ ପରୀକ୍ଷାରେ ନବେ ପ୍ରତିଶତ ନମ୍ବର ରଖି ଜାତୀୟ ମେଧା ବୃତ୍ତି ପାଇ ଉଚ୍ଚମାଧ୍ୟମିକ ଶ୍ରେଣୀରେ ନାମ ଲେଖାଇଲା |ଏହା ପରେ ସେ ଆଉ ପଛକୁ ଫେରିନି |

ବଢି ଚାଲିଲା ଆଗକୁ ଆଗକୁ |

ପ୍ରତି ଶିକ୍ଷା ବର୍ଷର ଶେଷରେ ଶ୍ରୀମତୀ ମହାନ୍ତିଙ୍କ ନିକଟକୁ ଚିଠିଖଣ୍ଡେ ଆସୁଥିଲା | ଶୁଭମ ଲେଖୁଥିଲା , “ଅନେକ ଶିକ୍ଷକଙ୍କ ପାଖରେ ପାଠ ପଢିଛି | ସମସ୍ତଙ୍କ ଭିତରେ ଆପଣ କିନ୍ତୁ ସର୍ବୋତ୍ତମ |”

ଏହାରି ଭିତରେ ଅନେକ ବର୍ଷ ବିତି ଯାଇଥିଲା |ଶୁଭମ ଉଚ୍ଚ ଶିକ୍ଷା ପାଇଁ ସହରକୁ ଚାଲି ଯାଇଥିଲା | ଶ୍ରୀମତୀ ମହାନ୍ତି ମଧ୍ୟ ଚାକିରିରୁ ଅବସର ନେଇ ସାରିଥିଲେ |ଦୀର୍ଘଦିନ ଧରି କେହି କାହାର ଖବର ରଖି ନଥିଲେ |

ଶ୍ରୀମତୀ ମହାନ୍ତିଙ୍କ ଠିକଣାରେ ଦିନେ ଖଣ୍ଡେ ଚିଠି ମିଳିଲା | ଲେଖିଥିଲା ଶୁଭମ୍ |ଚିଠିରେ ଲେଖାଥିଲା , “ମାଡ଼ାମ! ଏହାରି ଭିତରେ ମୋର ପାଠ ଶେଷ ହୋଇଯାଇଛି| ଅନେକ ଶିକ୍ଷକଙ୍କ ଭିତରେ ଆପଣଙ୍କୁ ଖୋଜି ପାଇବାକୁ ଚେଷ୍ଟା କରିଛି ,କିନ୍ତୁ କେଉଁଠି ହେଲେ ପାଇ ନାହିଁ|ଆପଣ ହିଁ ମୋ ଶିକ୍ଷା ଜୀବନର ସର୍ବଶ୍ରେଷ୍ଠ ଶିକ୍ଷକ| ମୋର ବାହାଘର ଠିକ ହୋଇଛି | ଆପଣଙ୍କ ଅନୁପସ୍ଥିତିରେ ତାହା ସମ୍ଭବ ହେବ ନାହିଁ|ଆପଣଙ୍କ ଆଶୀର୍ବାଦକୁ ଅପେକ୍ଷା କରୁଛି |”ପ୍ରେରକ ଥିଲେ - Dr. Subham Ray |ଚିଠି ଭିତରେ ଯିବା ଆସିବା ପାଇଁ Air ticket ମଧ୍ୟ ଆସିଯାଇଥିଲା |

ଶ୍ରୀମତୀ ମହାନ୍ତିଙ୍କ ଆଖିରେ ନାଚି ଯାଇଥିଲା ଛୋଟିଆ ଶୁଭମର ଦୁଃଖଦ ମୁହଁଟି |ସେ ନିଜକୁ ରୋକିପାରିଲେ ନାହିଁ |

ବିବାହ ମଣ୍ଡପରେ ପହଞ୍ଚିଲା ବେଳକୁ ଅତିଥି ମାନଙ୍କର ଭିଡ ଥିଲା|Reception Hall ର ଶେଷରେ ପଡିଥିବା ଏକ ଖାଲି ଚେୟାର ଦେଖି ବସିଲେ ଶ୍ରୀମତୀ ମହାନ୍ତି |ଅବିଳମ୍ବେ କେତେଜଣ ସ୍ଵେଚ୍ଛାସେବୀ ତାଙ୍କୁ ଆଦରରେ ବାଟ କଢାଇ ନେଇଗଲେ ସାମନାରେ ପଡିଥିବା ଏକ ସୁସଜ୍ଜିତ ଏକ ଚେୟାର ନିକଟକୁ | ସେଥିରେ ପ୍ଲାକାର୍ଡରେ ଲେଖଥିଲା , 'ମାଆ‘ |ପାଖରେ ଠିଆ ହୋଇଥିଲେ ବରକନ୍ୟା|ଉଭୟ ପ୍ରଣିପାତ କରିଥିଲେ ତାଙ୍କୁ| ବସାଇଥିଲେ ଖୁବ୍ ଆଦରରେ| ତାଙ୍କ ପାଦ ତଳେ ବସିଥିଲା ଶୁଭମ |ନିଜ ପତ୍ନୀକୁ ତଳେ ବସିବାକୁ ନିର୍ଦ୍ଦେଶ ଦେଇଥିଲା |

ଶ୍ରୀମତୀ ମହାନ୍ତି ପିନ୍ଧିଥିଲେ ଶୁଭମ ମା’ ଙ୍କର ବ୍ରୋଞ୍ଜ ଚୁଡି ଓ ତାଙ୍କ ଦେହରୁ ଆସୁଥିଲା ଶୁଭମର ସେଇ ପରିଚିତ scent |ଶୁଭମ୍ ଚାହିଁଥିଲା ଶ୍ରୀମତୀ ମହାନ୍ତିଙ୍କ ମୁହଁକୁ |ଶ୍ରୀମତୀ ମହାନ୍ତିଙ୍କ ହାତ ଥିଲା ଶୁଭମର ମୁଣ୍ଡଉପରେ | ଉଭୟଙ୍କ ଆଖିରେ ଲୋତକର ବନ୍ୟା |

ନିଜ ପତ୍ନୀଙ୍କୁ ଶ୍ରୀମତୀ ମହାନ୍ତିଙ୍କର ପରିଚୟ କରାଇ ଦେଇ ଶୁଭମ କହିଥିଲା ,“ ଯାହାଙ୍କୁ ତୁମେ ଆଜି ସାମନାରେ ଦେଖୁଛ, ସେ ମୋ ମା’ ଙ୍କର ଦ୍ଵିତୀୟ ଅବତାର | ଜୀବନରେ ମୁଁ ଆଜି ଯାହା ହୋଇଛି , କେବଳ ଏହି ମହୀୟସୀ ମହିଳାଙ୍କ ଆଶୀର୍ବାଦ ପାଇଁ ତାହା ସମ୍ଭବ ହୋଇଛି|”ଶୁଭମର କୃତଜ୍ଞତାରେ ଅଭିଭୂତା ହୋଇ

ଲୁହ ପୋଛୁଥିଲେ ଶ୍ରୀମତୀ ମହାନ୍ତି |ଶୁଭମର ନୂତନ ବିବାହିତା ପତ୍ନୀକୁ କହିଥିଲେ, “ଶୁଭମ ସହିତ ପରିଚୟ ପରେ ମୋର ଅନୁଭୂତି ହୋଇଛି , ତା’ବିନା ମୁଁ କେବେ ଭଲ ଶିକ୍ଷୟିତ୍ରୀଟିଏ ହୋଇପାରିନଥାନ୍ତି| ଜଣେ ଶିକ୍ଷୟିତ୍ରୀ ପ୍ରଥମେ ପ୍ରତି ପିଲାଙ୍କ ପାଇଁ ଜଣେ ମା’ ହେବା ଉଚିତ୍|

ତା ପରେ ସେ ଜଣେ ଉତ୍ତମ ଶିକ୍ଷୟିତ୍ରୀ ହୋଇ ପାରିବ |

ଏ କାହାଣୀ ଶେଷରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଅନୁରୋଧ କରିବି , ଦେଖନ୍ତୁ, ଆପଣମାନଙ୍କ କ୍ଳାସରେ ନିଶ୍ଚୟ କେହିନା କେହି ଶୁଭମ ଆପଣଙ୍କ ସହାୟତା ଓ ଆଶୀର୍ବାଦ ପାଇଁ ଅପେକ୍ଷା କରିଛି | ମୋର ବିଶ୍ଵାସ ଆପଣଙ୍କର ସାମାନ୍ୟ ସାହାଯ୍ୟ ତାକୁ ଉନ୍ନତିର ମାର୍ଗ ଦେଖାଇ ପାରିବ |



Rate this content
Log in

Similar oriya poem from Inspirational