STORYMIRROR

Barsha Swain

Tragedy Inspirational

4  

Barsha Swain

Tragedy Inspirational

କୃଷ୍ଣଚୂଡ଼ା

କୃଷ୍ଣଚୂଡ଼ା

2 mins
266


ସ୍ୱପ୍ନ ଏବେ ଉଡାଣ ଭରୁଛି

ହାତ ଏବେ ସାଉଣ୍ଟିବାରେ ବ୍ଯସ୍ତ 

କାକରର ଟୋପାରେ ଓଦାହୋଇ

ଲୋମଗୁଡା ଠେଙ୍ଗା ଠେଙ୍ଗା 

ତଥାପି ଶୀତ ଯେ ଦାରୁଣ

ତାହା କହିହେବନି ।


ନୂଆ ନୂଆ କୃଷ୍ଣଚୂଡା ଏବେ

ପାଦ ଦେଇଛି ଅଙ୍କା ବଙ୍କା ରାସ୍ତାରେ 

ଖସଡ଼ା ତାକୁ ଭାରି ଆନନ୍ଦ ଦିଏ

ପ୍ରସ୍ଫୁଟିତ ଫୁଲସବୁକୁ ସେ ଦେଖେ

ଅତି ନିରିଖେଇ

ଅନୁଭବ କରେ କୋମଳତା ସ୍ପର୍ଶରେ। 


ବସନ୍ତ ଯେ ରଙ୍ଗଭରି ଦିଏ ଜୀବନେ

ଶୁଣିଛି ସେ, ମଳୟ ପବନ ବହିଛି

କୃଷ୍ଣଚୂଡା ସେ ରଙ୍ଗ ବର୍ଣ୍ଣରେ

ଠିକ୍ ନାମ ଅନୁଯାୟୀ କର୍ମ 

ଗୋଟିଏ ଚାଉଳରେ ଗଢା ସେ,

ଚୁଲୁବୁଲି ପ୍ରଜାପତିଟିଏ ପରି

ଘୂରିବୁଲେ ସେ ଅତି ଆନନ୍ଦରେ। 


ଅପେକ୍ଷା କରି ରହିଛି ସେ

ଖୁସିର ଆସର ଫେରିବା ବାଟକୁ

ଜାଳିଚାଲିଛି ସେ ତମାମ ଦୀପ

ଅମାବାସ୍ୟା ଅବା ପୁନେଇଁ ରେ

ବର୍ଷା ଅବା ବୈଶାଖରେ

ସହିଯାଇଛି ସେ ସବୁକିଛି ଆଖିବୁଜି 

ମୁଣ୍ଡ ନୁଆଁଇ ସ୍ୱୀକାର କରିଛି ସେ

ସମାଜର ତା ପ୍ରତି ଦୃଷ୍ଟି ।


ତଥାପି ସେ କେବେ ଭାଙ୍ଗିବାକୁ ଚାହିଁନି

ସାମାଜିକ ବନ୍ଧନ, ମୁକ୍ତ ହୋଇ

ରଖିବାକୁ ଚାହିଁ ନି ପ୍ରେମର ସମ୍ମାନ 

ଶିକୁଳିରେ ବନ୍ଧା ତା ଶିକ୍ଷା 

ସ୍ବାଭିମାନ ତାର ଆଦର୍ଶ

ସମ୍ପର୍କ ତା ପାଇଁ ରତ୍ନ ।


ଆଜିବି ଆଗେଇଛି ସେ 

ହାତରେ ଧରି ଭ୍ଯାନିଟ

ଗଢିପାରିନି ହୁଏତ ନିଜକୁ ପୁର୍ନବାର 

ପୁରା କରି ପାରିନି ନିଜ ସ୍ୱପ୍ନ 

ଆଖିର କଜ୍ଜଳ ବି ଆଉ ଦିଶେନି

ଓଧର ବି ମଳିନ ବସ୍ତ୍ର ବି ଆକର୍ଷଣ ବିହୀନ

ତଥାପି ପୂର୍ଣ୍ଣଛେଦ ପଡିନି ତା ଆଶାରେ। 


ଧାଇଁଛି ସେ ଆଗକୁ 

ହେଲେ ଭୁଲିପାରିନି ତା ପ୍ରେମକୁ

ଆଜିବି ମୁକୁଳି ପାରିନି ସେ

ବିଗତ ଦିନର ସ୍ମୃତିରୁ,

ଅବିବାହିତ ତା ମ୍ଯାଟେରିଆଲ ଷ୍ଟାଟସ୍।


ଦୁନିଆ ଆଗରେ ସେ ଅଲୋଡା

ନିର୍ବାସିତ ତୁଲ୍ୟ ତା ଜୀବନ

ରୋଦନ କରିବାକୁ ଚାହିଁନି କେବେ ସେ

ଦୁର୍ବଳତା କେବେ ମାପିନି

କାହିଁ କେବେ କାନ୍ଦି ପକାଇଥିଲା

ମନେ ପଡେନି ମୋର ।


ଶୁଖିଲା ଶୋଶିଲା ଜୀର୍ଣ୍ଣ ଶରୀର 

ମୁଖରେ ମଳିନତାର ଆଭାସ

ମନେହୁଏ ମୃତ ପରାୟ

ଦୁଃଖର ଚରମ ସୀମାରେ ସେ

ତଥାପି ହସ ହସ ମୁଖ ଦେଖାଇଲା

ଭଲମନ୍ଦ ପଚାରି ବୁଝିଲା ମୋର। 


ମନେପଡେ

ବିଂଶ ଶତାବ୍ଦୀର ସମାଜ

ପ୍ରତାପପୁର ତା ଗାଁ

ଛୋଟ ଆକାରରେ,

ହେଲେ ବିରୋଧୀ ଆଧୁନିକତାର 

ଦଶମ ସାରି ସେ ପ୍ରଥମ ଶ୍ରେଣୀରେ 

ପାଦ ଦେଇଥିଲା ସହରେ,

ଦ୍ୱାଦଶେ ଲେଖିଥିଲା ନାଁ

ସ୍ୱପ୍ନର ଆୟାମାରମ୍ଭ ଥିଲା ସେଦିନ

ଖୁସିରେ ସେ ଆତ୍ମହରା। 


ପରିବାର ତାର ଯୌଥ 

ମଧ୍ୟବର୍ତ୍ତୀ ବର୍ଗର ଆୟ

ତଥାପି ସମର୍ଥନ ଥିଲା ତା ପ୍ରତି ବିପୁଳ

ମାତ୍ର ପାଦ ଦେଉ ଦେଉ ପ୍ରେମରେ

ମିଳିଥିଲା ତାକୁ ନିରାଶା

ପୂର୍ଣ୍ଣଛେଦ ପଡିଥିଲା କଳା ଶାସ୍ତ୍ରରେ ।


ସେବେଠୁ ଆଉ ଦେଖିନି କେହି

ତାକୁ ଏମିତି ପଦାରେ,

ଏବେ ସମୟ ବଦଳିଛି

ସମାଜରେ ସଂସ୍କାର ଆସିଛି

କୃଷ୍ଣଚୂଡ଼ା ସଜାଡି ହେଉଛି,

ଛୋଟ ବିହଙ୍ଗଟିଏ ପରି

ନିଜ ପର ଦେଖିଛି .....

ବାଟ ଫେରି ପାଇଛି ସମୟ ଝଡ ଭିତରୁ

ଚାହିଁ ରହିଛି ସମାଜର ଆହ୍ବାନକୁ

ପୁଣି ଥରେ ଉଡାଣ ଭରିବାକୁ। 




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy