STORYMIRROR

Gangotri Priyadarshini

Inspirational

4  

Gangotri Priyadarshini

Inspirational

କୃଷ୍ଣ ତୁମେ

କୃଷ୍ଣ ତୁମେ

1 min
220


କୃଷ୍ଣ ତୁମେ ,

ସୃଷ୍ଟି ତୁମେ ସଂହାର ତୁମେ

ଶାଶ୍ଵତ ତୁମେ ସର୍ବ ପ୍ରାଣ ତୁମେ

ବ୍ୟୋମ ତୁମେ ମରୁତ ତୁମେ

ବ୍ରହ୍ମ ତୁମେ ପରମବ୍ରହ୍ମ ତୁମେ

ଅତ୍ର ତତ୍ର ସର୍ବତ୍ର ତୁମେ

କୃଷ୍ଣ ତୁମେ ।।


କୃଷ୍ଣ ତୁମେ,

ଅଣୁ ତୁମେ କଣୁ ତୁମେ

ନିଦାଘ ତୁମେ ନୀଳାଭ ତୁମେ

ମେରୁ ତୁମେ ମହାମେରୁ ତୁମେ

ସର୍ବବ୍ୟାପୀ ତୁମେ ବିଶ୍ଵରୁପି ତୁମେ

ଦୂର୍ବା ତୁମେ ମହାଦ୍ରୁମ ତୁମେ

ଅଞ୍ଚଳ ତୁମେ ନୀଳାଚଳ ତୁମେ

ଅହଂ ତୁମେ ସ୍ଵହମ ତୁମେ

ଦୟା ତୁମେ କାରୁଣ୍ୟ ତୁମେ

କଠୋର ତୁମେ ନିଷ୍ଠୁର ତୁମେ

କୃଷ୍ଣ ତୁମେ ।।


କୃଷ୍ଣ ତୁମେ,

ସ୍ୱୟଂ ତୁମେ ସାୟଂ ତୁମେ

ବିଚାର ତୁମେ ନିର୍ବୋଧ ତୁମେ

ଜ୍ଞାନୀ ତୁମେ ଅଜ୍ଞାନୀ ତୁମେ

ଗୁଣ ତୁମେ ନିର୍ଗୁଣ ତୁମେ


କୋହ ତୁମେ ମୋହ ତୁମେ

ସତ୍ୟ ତୁମେ ସୁନ୍ଦର ତୁମେ

ଆକାର ତୁମେ ସାକାର ତୁମେ

କୃଷ୍ଣ ତୁମେ ।।


କୃଷ୍ଣ ତୁମେ,

ସଖା ତୁମେ ସାକ୍ଷୀ ତୁମେ

ପ୍ରେମ ତୁମେ ପ୍ରତ୍ୟାଖ୍ୟାନ ତୁମେ

ବିରହ ତୁମେ ବୈରାଗ୍ୟ ତୁମେ

ଶାନ୍ତ ତୁମେ ଶିଖା ତୁମେ

ଭିକ୍ଷୁ ତୁମେ ଭିକ୍ଷା ତୁମେ

କୃଷ୍ଣ ତୁମେ ।।


Rate this content
Log in

Similar oriya poem from Inspirational