STORYMIRROR

Sunanda Mohanty

Classics Inspirational Thriller

3  

Sunanda Mohanty

Classics Inspirational Thriller

କୃଷ୍ଣ ଜନ୍ମ

କୃଷ୍ଣ ଜନ୍ମ

1 min
200

କାହାକୁ ଦେଲ ସୁନା ମନ

କାହାକୁ ଦେଖାଇଲ

ଶଙ୍ଖ ଚକ୍ର ଗଦା ପଦ୍ମ ଚିହ୍ନ

ତୁମେ ହେଲ ଜନ୍ମ

କିଏ ଶୁଣିଲା ଶଙ୍ଖ ଧ୍ୱନି

କିଏ ଦେଖିଲା ଚକ୍ର ନାଶିନି

କିଏ କହିଲା ସ୍ବସ୍ତି ସ୍ବସ୍ତି

ତୁମ ଅସ୍ତିତ୍ଵ ଇତି ବୃତ୍ତି

ନିଦ୍ରାଦେବୀ ଆଖିରେ କାହାର

ପାଦରୁ ଶିକୁଳି ଖୋଲିଲା ବେଭାର

କାହାର ହଜିଗଲା ନିଦ୍ରା

ଦୁଇ ପିତା ହେଲେ ରାତି ଅନିଦ୍ରା

ଜଣେ ମାଆ ଧରି ରଖିଲା ଦଶ ମାସ

ଆଉ ଜଣେ ମାଆ ଦେଖିଲା

ପୁଅ ପାଟିରେ ବିଶ୍ଵ

ଗୋପରେ ବଢିଲା ଦୁଲାଳ

ପରିଚୟ ଗଉଡ ନନ୍ଦ ରାଜା ବାଳ

ତାଡକା ପୁତନା ଇତ୍ୟାଦି ଅସୁର

ନାଶିବାକୁ ବକଟାଶୁର

ତୁମେ ଗୋପରେ ରାସ ରଚିଲ କୈଶୋର

ସେପଟେ ଦେବକୀ ଉଦାର

ବାସୁଦେବ ଚିତ୍ରସେନ ବିଭୋର

କରି କରାଇଲ ହରି

କହିଲ ଛାତ ରୁ ପଡ଼ି ମାମୁଁ ମଲା

ମତେ ତ ଦଇବ ରଖିଲା

ତୁମରି ଚରିତ୍ର ବୃତ୍ତାନ୍ତ

କରିବି ଛାର ମୁଁ ନିବୃତ୍ତ

କରେ ଖାଲି ପ୍ରଣାମ ଶତତ

ମାଆ କୋଳ ଶୂନ୍ୟକରି

ଛଡେଇ ନିଅନା କନ୍ୟା ଜାମାତା ପୁତ୍ର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics