STORYMIRROR

pranati Mahapatra

Inspirational Children

3  

pranati Mahapatra

Inspirational Children

କରୋନାର ମୁଁ

କରୋନାର ମୁଁ

1 min
222

କରୋନାର କରାଳ ବିଭୀଷିକା ମଧ୍ୟେ

ହଜିଯାଇଛି ଜୀବନ ଜୀବିକା,

ସଂଘର୍ଷରତ ମଣିଷ ହାରିଯାଇ ନାହିଁ

ଏବେବି ଚାଲିଛି ଏକା ଏକା।

ଡରିବା ତ ନାହିଁ ଦମ୍ଭ ଧରି ପୁଣି

ଦୁନିଆଁ ରେ ଚାଲୁଥିବା।

ଆସୁ ଯେତେ ଝଡ଼ ମହାମାରୀ ଯେତେ

ଦୂରକୁ ତ ଠେଲି ଦେବା।

ମଧ୍ୟବିତ୍ତ ଶ୍ରେଣୀ ମାଗି ପାରେନାହିଁ

ଅଭିଯୋଗ ବି କରେ ନା

ଗଣ୍ଡେ ଭାତ ଖଣ୍ଡେ ଦେହ ଢାଙ୍କିବାକୁ

ଲୁଗା ଖଣ୍ଡେ ବି ପାଏ ନା।

ଶିକ୍ଷା ସ୍ଵାସ୍ଥ୍ୟ ଅର୍ଥନୈତିକ ବାଣିଜ୍ୟେ

ପଡିଗଲା ପରା ଘାଟା,

କଳାବାଦଲ ଅଶୁଭ ଛାୟାରେ

ଅଣନିଶ୍ଵାସୀ ଯେ ଘୋର ଅନ୍ଧକାରେ।


କହି ପାରେନି କି ସହି ବି ପାରେନା

ମଧ୍ୟବିତ୍ତ ଶ୍ରେଣୀ ଗଣ,

ଆତ୍ମ ସ୍ଵାଭିମାନେ ନୀରବ ଦେଖେ ଯା

ପ୍ରତିବାଦ କେତେ କଣ

ଶିକ୍ଷା ରେ କରନ୍ତି ଭର୍ଚୁଆଲ କ୍ଲାସ

ଏହି ଆମ ସହରରେ

ଘରେ ବସି ବସି ମୋବାଇଲ ଧରି 

କ୍ଲାସ ଶେଷ ହୁଏରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational