Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mamatamanjari Das

Inspirational

4.0  

Mamatamanjari Das

Inspirational

କରୋନାକୁ କରିବା କଟି

କରୋନାକୁ କରିବା କଟି

1 min
343



କରୋନା କରୋନା ଚହଳ ପଡିଛି

ଏ ବିଶ୍ୱଦରବାରେ ଆଜି

ଘରୁ ବାହାରକୁ ବାହାରନି ବନ୍ଧୁ

ପ୍ରଭୁ ନାମ ରସେ ଯାଅ ମଜ୍ଜି।


ଜୀବନ ଅଛିତ ଆସିବ ମୃତ୍ୟୁ

ଏହାଯେ ନିରାଟ ସତ

ତଥାପି ଆମକୁ ଚାଲିବାକୁ ଅଛି

ଆଗକୁ ଅନେକ ପଥ ।


ଜନ ସଚେତନ କରାଇବା ଆମେ

ସଭିଙ୍କୁ ଦେବା ବାରତା

ନିଜ ଜୀବନର ରକ୍ଷକ ସାଜିବା

ମାନି ସରକାର କଥା ।


ବଡଙ୍କୁ ଦେଖିଲେ ମଥାନତ କରି

ପ୍ରଣାମ କୁ ଆପଣାଇ

ବ୍ୟବଧାନ ରଖି କଥା ହେବା ଯଦି

ସଂକ୍ରମଣ ଯିବ ଦୂରେଇ ।


କରିବାନି ଭୟ ହେବାନି ଅଥୟ

ମନୋବଳ ଦୃଢ଼ କରିବା

ବାହାରକୁ ଗଲେ ମାସ୍କ ପିନ୍ଧିବା

ଫେରିଲେ ହାତ ଧୋଇବା ।


ଏକତ୍ରିତ ଆମେ ହୋଇବାନି ବନ୍ଧୁ

କରିବାନି ଗୁଲି ଖଟି

ସଚେତନତା ର ବାର୍ତ୍ତା କୁ ବାଣ୍ଟିବା

କରୋନା ସହ କରିବା କଟି ।



Rate this content
Log in

Similar oriya poem from Inspirational