STORYMIRROR

Krushnapriya Mohapatra

Inspirational

4  

Krushnapriya Mohapatra

Inspirational

କରୋନାକୁ ଜମା ଡରନା

କରୋନାକୁ ଜମା ଡରନା

1 min
383


କରୋନା ଆତଙ୍କ, ଅତି ମାରାତ୍ମକ

          ନେଲାଣି ସେ ପୁଣି ଅନେକ ପ୍ରାଣ 

 ଜୀବଜନ୍ତୁ ଦେହୁ ଆସିଛି ସେ ରୋଗ

          ତା ପାଇଁ ନାହିଁ ଟି ଔଷଧ ଜାଣ


କେବଳ ଜରୁରୀ, ସ୍ୱଚ୍ଛ ରହି ନିଜେ

        ସଂକ୍ରମଣତାକୁ ରୋକି ପାରିବା

ଜନସମାଗମ ସ୍ଥାନକୁ ନ ଯାଇ

         ସଚେତନ ସମସ୍ତଙ୍କୁ କରିବା।

               

ଆଲିଙ୍ଗନ କରି ହାତ ମିଳେଇବା,

      ନୁହେଁ ଆମ ଭାରତୀୟ ସଂସ୍କୃତି,

ଦୁଇ ହାତଯୋଡ଼ି ପ୍ରଣାମ କରିଲେ

      ଭୂତାଣୁ ନ ଆସେ କେଭେ କତିକି।


ଥିଲା ପରଂମ୍ପରା ଆମରି ଦେଶର।

        ଘରକୁ ଆସିଲେ ଯଦି ଅତିଥି,

ଗୋଡ ଧୋଇବାକୁ ପାଣି ଦେଉଥିଲେ

       ସଂସ୍କାର ନିହିତ ଏହି ବାର୍ତ୍ତାଟି।


ସମ୍ମାନ ତ ଥିଲା ସ୍ୱଚ୍ଛତା ଵି ଥିଲା

       ଥିଲା ତ ଆଦରଯତ୍ନ କଥାଟି ।

ଆଉ ଥରେ ଚାଲ ,ସେମିତି କରିବା

     କରୋନା ଭୟରେ ଯିବ ଲେଉଟି।


ଦୁଆର ମୁହଁରେ ପାଣି ରଖିଥିବା

        ଘର ଭିତରକୁ ଆଗ ନ ପଶି।

ଗୋଡ ହାତ ମୁହଁ ସଫା କରୁଥିବା

         ଝଅଟ ଝଅଟ ବାହାରୁ ଆସି ।


ତୁଳସୀ ପତର ସକାଳୁ ସେବନ

        ଉଷୁମ ପାଣିକୁ ଦି ଢ଼ୋକ ପିଇ 

ଗରମ ଗରମ ଖାଦ୍ୟ ଖାଉଥିବା

        କଞ୍ଚା ରସୁଣକୁ ତା ସାଥେ ନେଇ


ପିଲା ବେଳେ ଆମ ବୋଉ ଜେଜେ ମା

         ପାହାନ୍ତାରୁ ନେଇ ଗୋବର ପାଣି

ଘର ବାହାରରେ ଛିଞ୍ଚି ଦେଉଥିଲେ

       ଜୀବାଣୁ ରହିତ ବୋଲି ତା ଜାଣି।


ପୁଣି ଥରେ ସେହି ପୁରୁଣା ପ୍ରଥାରେ

       ନିତି ଆମେ ଯଦି କରିବା କାମ

ରୋଗ ଜୀବାଣୁ ତ ଦୂର ହୋଇଯିବ,

       ହଜିଯିବ କେଣେ କରୋନା ନାମ।


               ***



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational