STORYMIRROR

Nrusingha Narayan Tripathy

Inspirational Others

4  

Nrusingha Narayan Tripathy

Inspirational Others

କରୋନା ଯୋଦ୍ଧା

କରୋନା ଯୋଦ୍ଧା

1 min
196


ରୋଗର ଔଷଧ ନିଦାନ ପାଇଁକି

ପରୀକ୍ଷାରେ ଚିକିତ୍ସକ

ରୋଗ ମୁକାବିଲା କରିବା ପାଇଁକି

କର୍ମରେ ମଗ୍ନ ସେବକ ll


ନିଜର ଜୀବନ ମୂଲ୍ୟବାନ ଅତି

ନିରାପଦ ଆବଶ୍ୟକ

ରୋଗର ଚିକିତ୍ସା ସେବିକା କରନ୍ତି

ନ ଭାବି ମନରେ ଶକ ll


କରୋନା ରୋଗୀଟି ଅଟେ ସଂକ୍ରାମକ

ମଣିଷ ତାର ବାହକ

ନାକ ପାଟି ମୁହଁ ଘୋଡାଇ କରିକି

ଚିକିତ୍ସାରେ ଚିକିତ୍ସକ ll


କରୋନା ଯୋଦ୍ଧାର ମାନ୍ୟତା ମିଳିଛି

ସରକାର ସହାୟତା

କରୋନାରେ ମୃତ୍ୟୁ ଘଟିଲେ ମିଳିବ

ଅନୁକମ୍ପା ଟଙ୍କା ଭତ୍ତା ll


ମାନବ ସେବାଯେ ମାଧବର ସେବା

ଶୁଣିବାକୁ ସୁମଧୁର

କହିବା କରିବା ପାର୍ଥକ୍ୟ ରହିଛି

କରେଯେ ସେ ମହାନର ll


କରୋନା ଯୁଦ୍ଧରେ ସୈନିକ ଆମର

ସେବକ ନର୍ସ ଡାକ୍ତର

ନିଜର ଜୀବନ ବାଜିଯେ ଲଗାଇ

କରନ୍ତି ସେବା ରୋଗୀର ll


ସତର୍କ ରହିଲେ ଜୀବନ ରହିବ

ସଚେତନ ହୁଅ ବାରେ

ଦୁଇ ଗଜ ଦୂର ରହିକି ଚଳିବ

ମାସ୍କ ପିନ୍ଧିକି ମୁହଁରେ ll


ବାରମ୍ବାର ହାତ ସାବୁନରେ ଧୁଅ

ପରିଚ୍ଛନ୍ନ ପରିଷ୍କାର

ଜରୁରୀ ନ ହେଲେ ପଦାକୁ ନ ଯାଅ

ଡାକ ଏବେ ସମୟର ll


କରୋନା ସମରେ ସାମିଲ ସଭିଙ୍କୁ

ଆନ୍ତରିକ ଧନ୍ୟବାଦ

ରୋଗୀଙ୍କ ଜୀବନ ବଞ୍ଚାଇ ସମାଜେ

ରଖିଲ ସେବା ମହତ ll


ରୋଗୀଙ୍କୁ ଆଦର ପରାମର୍ଶ ଦିଅ

ରୋଗକୁଯେ ଘୃଣାକର

କରୋନା ଯୋଦ୍ଧାଙ୍କୁ ସମ୍ମାନ ଦେଇକି

ସମାଜେ ମଙ୍ଗଳ କର ll


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational