STORYMIRROR

Reeta aparajeeta Mohanty

Inspirational

3  

Reeta aparajeeta Mohanty

Inspirational

କରୋନା ସାଜିଛି କାଳ

କରୋନା ସାଜିଛି କାଳ

1 min
173


ଦୁଃଖ ଥିଲା ସୁଖ ଥିଲା 

ସବୁ ଥିଲା ବଉଳ ।

ହେଲେ ଜୀବନ ଗାଡି ଟା 

ତଥାପି ଚାଲିଥିଲା ବଉଳ

କୁଆଡୁ ଆସିଲା କରୋନା

ଭାଙ୍ଗିଦେଲା ଛୋଟ ଛୋଟ 

କାମ କରି ଗୁଜୁରାଣ ମେଣ୍ଟଉଥିବା

ଗରିବ ଖଟିଖିଆ ଜୀବନ

ଢୋକେ ପି 

ଦଣ୍ଡେ ଜୀବନ ଏଇ ନ୍ୟାୟରେ

କରୋନା ସବୁ ଅଙ୍କ ଭୁଲ କରିଦେଲା

ଲକ ଡାଉନ 

ସଟ ଡାଉନ 

ସବୁ ନେଇ ଜୀବନଟା ବଡ଼ ଦୁର୍ବିସହ ହେଇଗଲା

ଚାକିରୀଆ ସ୍ୱାମୀ ଅନ ଲାଇନରେ 

କାମ କରିବାରୁ 

ସ୍ତ୍ରୀ ଉପରେ କାମ ବୋଝ ବେଶୀ ଲଦି ଗଲା

କଣ କହିବି ଵଉଳ 

ପିଲାମାନେ ସ୍କୁଲକୁ ଗଲେ 

ଟିକେ କାମ ସାରି 

ନିଜ ପାଇଁ ମିଳୁଥିବା ସମୟ ତକ ଗଲା

ଓନ ଲାଇନରେ କ'ଣ ପାଠ ପଢା 

ହେଲା ବଉଳ ଖାତା ବହି 

ଭୁଲିଲେ ମୋବାଇଲ ଆଉ 

ଆଇଫାଇ ନେଟୱାର୍କ ର ପଡିଲା ଲୋଡ଼ା

କରୋନା ଟୀକା ବାହାରିଲା 

ମୁଁ ଶାନ୍ତିରେ ନିଶ୍ବାସ ନେଲି।

ବଉଳ ମୋ ଖୁସି ବହୁତ କମ ସମୟ 

ପାଇଁ କି ଥିଲା

ପୁଣି କରୋନା ବହୁତ ବଢି ଗଲାଣି 

ପୁଣି ଅନେକ ଜୀବନ ନେଲାଣି 

ବଉଳ ତୁ ବି ମୁହଁରେ ତୁଣ୍ଡି ବାନ୍ଧଛୁ ତ

ବାରମ୍ବାର ହାତ ଧୋଉଛୁ ତ

ରାସ୍ତା ଘାଟରେ ସାମାଜିକ ଦୂରତା

ସାନିଟlଇଜର ବ୍ୟବହାର କଲେ

କରୋନା ନିଜେ ଡରିବ

ଆମ ପାଖ ମାଡିବାକୁ 

ବଉଳ ଚାଲ କବିତା ପଢ଼ୁଥବା 

ସବୁ ପାଠକଙ୍କୁ ଅନୁରୋଧ କରିବା

ଏବେ ବି ସରକାରଙ୍କ ନିୟମ ମାନନ୍ତୁ

ଏସବୁ ଆମ ହିତ ପାଇଁ 

ଆମେ ସତର୍କ ରହିଲେ

କରୋନା ହେବ ନାହିଁ କାଳଯମ

ସାରା ବିଶ୍ୱବାସୀ ହେବେ ଆଶ୍ୱସ୍ତ।

ଵଉଳ ଲୋ ରହିଲି ମୋ ମାଣିବୁ

ଅନ୍ୟମାଙ୍କୁ ଜଣେଇବୁ 

ସମାଜ କଲ୍ୟାଣ କଲେ ନିଜର ହୁଏ

ପାଶୋରି ନ ଯିବୁ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational