STORYMIRROR

Ajit Kumar Raut

Tragedy

4  

Ajit Kumar Raut

Tragedy

କରୋନା ଓ ବିଚଳିତ ଜୀବନ

କରୋନା ଓ ବିଚଳିତ ଜୀବନ

1 min
457

କିପରି ଆସିଲା କେଉଁଠୁ ଆସିଲା

ଅଦୃଶ୍ୟେ ଆସିଲା ଏହୁ,

କରୋନାର ନାମେ ବିଖ୍ୟାତ ଟି ହେଲା

ଅଥୟ କରିଲା ଏହୁ ।


ଚତୁର ପାର୍ଶ୍ବରେ ତାଣ୍ଡବ କରିଲା

ଭୟଭୀତ ହେଲେ ଜନେ,

ହାହାକାର ରାବ୍ ଗୁଞ୍ଜନ କରିଲା

ରୋଦନ କଲେଟି ଜନେ ।


ନ ଛାଡିଲା କାରେ ଗାଆଁ ସହରକୁ

ପୀଡ଼ିତ ହେଲେଟି ଜନେ,

ଅମ୍ଳଜାନର ଭି ନିଅଁଟ ଟି ହେଲା

ବିଚଳିତ ହେଲେ ଜନେ ।


ମଲେ ମାଳମାଳ ଏହାରି କାରଣୁ

ଚିନ୍ତା ମଗ୍ନ ହେଲା ଦେଶ,

ଚିନ୍ତିତ ଟି ହେଲେ ସରକାର ମଧ୍ୟ

କର୍ମପଥେ ହେଲା ଦେଶ ।


ଆତ୍ମନିର୍ଭରଟି ମନ୍ତ୍ର ହେଲା ଦେଶେ

ଆତ୍ମବିଶ୍ବାସରେ ଭରି,

ଅଦୃଶ୍ୟ ରୋଗର ଆବିଷ୍କାର ଟିକା

ଜନେ ହେଲା କାର୍ଯ୍ୟକାରୀ ।


ମାସ୍କ ପିନ୍ଧିବା ଟି ଆବଶ୍ୟକ ହେଲା

ରଖିବାକୁ ହେଲା ଦୂରୀ

ସାବୁନରେ ହାତ ଧୋଇବାକୁ ହେଲା

ବାରମ୍ବାର ସେ ଜରୁରୀ ।


ଅମ୍ଳଜାନ ପାଇଁ ନିଅଁଟ ହିଁ ନାହିଁ

ଆତ୍ମନିର୍ଭରଟି ହେଲା,

ଅଦୃଶ୍ୟ ରୋଗର ସବୁ ଉପଚାର

ପୂର୍ଣ୍ଣ ଦେଶ ମଧ୍ୟେ ହେଲା ।


ଡ଼ର ନାହିଁ ଆଉ ଅଦୃଶ୍ୟ ରୋଗର

ଟିକା ଲାଗେ ଜନଜନ,

ସ୍ବଦେଶୀ ଟିକାଟି ସଞ୍ଜିବନୀ ହେଲା

ନୀରୋଗ କରେଟି ଜନ ।


ପ୍ରଭୁ ଜଗନ୍ନାଥ ସୁଦୟା କରିଲେ

ଆତ୍ମନିର୍ଭରଟି ଦେଶ,

ଆବଶ୍ୟକ ନିଜ ପୂରଣ ହେଉଛି

ଶକ୍ତିଶାଳୀ ହେଲା ଦେଶ ।


କିପରି ଆସିଲା କେଉଁଠୁ ଆସିଲା

ଅଦୃଶ୍ୟେ ଆସିଲା ଏହୁ,

କରୋନାର ନାମେ ବିଖ୍ୟାତ ଟି ହେଲା

ଅଥୟ କରିଲା ଏହୁ ।


Rate this content
Log in

Similar oriya poem from Tragedy