Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Biswajita Baral

Tragedy

4.0  

Biswajita Baral

Tragedy

କରୋନା ଓ ବିଚଳିତ ଜୀବନ

କରୋନା ଓ ବିଚଳିତ ଜୀବନ

1 min
468


ଭୟଙ୍କର ବେଗେ କରୋନା ଆସିଛି

 ନୂଆ ନୂଆ ବେଶ ଧରି

  ଦିନକୁ ଦିନ ସେ କାୟା ବଢ଼ାଉଛି

  ପୃଥିବୀ ଯାଉଚି ଡରି ।

   

ପାଚିଲା କଞ୍ଚା ଯେ କିଛି ସେ ବୁଝୁନି

 ସଭିଙ୍କୁ ଆଣୁଛି ଭିଡ଼ି

  ଦଫା ଦଫାରେ ଯେ ଅନେକ ଜୀବନ

   ଅକାଳରେ ଗଲା ଝଡ଼ି ।

    

 ଆମ ରାଇଜର ଅନେକ ଜିଲ୍ଲାରେ

  ବଢ଼ାଇ ଦେଇଛି କାୟା

   ଗାଆଁ ଗଣ୍ଡା ଠାରୁ ସହର ବଜାର

    କରୁନି କାହାକୁ ଦୟା ।

    

 ରୋଜଗାର ପନ୍ଥା ବନ୍ଦ ହେଲାଣି

  ବଢ଼ୁଚି ବଜାର ଦର

   ଗରିବ ଲୋକଙ୍କୁ ଦାନା ମିଳୁ ନାହିଁ 

    ହେଉଛନ୍ତି ହରବର ।

         

 ଜୀବନ ଜୀବିକା ଉପରେ ପ୍ରଭାବ

  କରୋନା ପକେଇଦେଲା

  ମହରଗୁ ଆସି କାନ୍ତାର ମାଡ଼ରେ

   ଗରିବଟା ଝୁରି ମଲା।



Rate this content
Log in

Similar oriya poem from Tragedy