Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Birakishore Nayak

Tragedy

4  

Birakishore Nayak

Tragedy

କରୋନା ଓ ବିଚଳିତ ଜୀବନ

କରୋନା ଓ ବିଚଳିତ ଜୀବନ

1 min
599


କରୋନା ଗ୍ରାସିଛି ସମଗ୍ର ବିଶ୍ୱକୁ

      ଶଙ୍କିତ ଆଜି ଜୀବନ,

ଚୋରେଇ ନେଇଛି ସ୍ନେହ ଶ୍ରଦ୍ଧା ମନୁ

      ଅଚ୍ଛବ ସରବ ଜନ |


ଛୁଇଁ ଦେଲେ ରୋଗୀ ରୋଗ ବ୍ୟାପିଯାଏ

      ଭୁତାଣୁ ତା ଭୟଙ୍କର,

କେମିତି ବଞ୍ଚିବ ଏକା ଏକା ହୋଇ

      ଜୀବନ ଲାଗେ ଅସାର |


ଦୁଇବର୍ଷ ହେଲା ଆରମ୍ଭ ହେଲାଣି

      କମିନାହିଁ ଏଯାବତ,

ଯେଉଁ ଯେଉଁ ଦେଶେ ବ୍ୟାପିଛି କରୋନା

      ଦେଇଛି ଯାତନା ଶତ |


ସବୁ ଦେଶେ ଏହି ଆଇନ ହୋଇଛି

      ଦୂରେଇଛି ସଙ୍ଗଲାଭ,

ସହର ବଜାର ଜନ ଶୂନ୍ୟ ହେଲା

      ନାହିଁ ପୂର୍ବ ସଦଭାବ |


ଲକ୍ଷ ଲକ୍ଷ ଲୋକ ମଲେଣି ଜଗତେ

      କରୋନା ଆକ୍ରାନ୍ତ ହୋଇ,

କିଏ ହରାଇଛି ପିତାମାତା ଅବା

      କିଏ ହରାଇଛି ଭାଇ |


ଆଶ୍ରାହୀନ ଆଜି ଲକ୍ଷ ଲକ୍ଷ ଶିଶୁ

      କରୋନା ଲଦିଛି ଦୁଃଖ,

କିଏ ସେ ପାଇଛି ଅକାଳେ ବୈଧବ୍ୟ

      ଜୀବନୁ ସରିଛି ସୁଖ |


ଡାକ୍ତର ଖାନାରେ ଗହଳି ଯେତିକି

      ମଶାଣିରେ ମଡ଼ା ବେଶି,

ଅସହାୟ ହୁଏ ମଣିଷ ଜାତିଟା

      ଭରି କରୋନାର ଭୀତି |


ବିଶ୍ୱେ ଆବିଷ୍କୃତ ନାନା ନାମେ ଟୀକା

      କରୋନାର ଧ୍ବଂସ ପାଇଁ,

ହେଲେବି ବିଜ୍ଞାନ ହୋଇନି ସଫଳ

      ଏବେ ବି ସେ ଅଛି ରହି |


ବିଚଳିତ ଆଜି ମଣିଷ ହେଉଛି

      କେମିତି ବଞ୍ଚିବ ସିଏ,

କର୍ମ ସଂସ୍ଥାନ ଯେ ଖୋଲା ହୁଏ ନାହିଁ

      ଅଭାବରେ ଦିନ ଯାଏ |


ବଞ୍ଚିବା ମରିବା ଏକାପରି ଲାଗେ

     ନାହିଁ ସ୍ୱାଦ ଜୀବନରେ,

ତଥାପି ସଂଗ୍ରାମ ଚାଲିଛି ବିଶ୍ୱରେ

     ଜିତିବାର ଆଶା ଭରେ |


   


Rate this content
Log in