କରୋନା ମାଡ଼
କରୋନା ମାଡ଼
କେଉଁଠାରେ ଥିଲା କରୋନା ରାକ୍ଷସ
ହଠାତ ଆସିଲା ମାଡି,
ଧିରେ ଧିରେ ତା'ର କାୟା ମେଳାଇଲା
ବିଷକୁ ଦେଲା ତା' ଝାଡି ।
ଦେଶରୁ ଦେଶକୁ ଉଡି ବୁୁୁଲି ସିିଏ
ମୃତ୍ୟୁ ଦୁତ ପାଲଟିଲା,
ମନୁୁୁଷ୍ୟକୁ ନିଜ ଆୟତ୍ତରେ ରଖି
ତା'ର ଦମ୍ଭ ଭାଙ୍ଗିିଦେଲା ।
କରୋନା ଭୟରେ ବନ୍ଦ ହୋଇଗଲା
ଯେତେ ସବୁ ବିଦ୍ୟାଳୟ,
ଶିକ୍ଷାରୁ ବଞ୍ଚିତ ହୋଇଲେ ଶିକ୍ଷାର୍ଥୀ
ଛାଡିଲା ପାଠର ଲୟ ।
ଜୀବିକା ହରାଇ କେତେ କେତେ ଲୋକ
ଭୋଗିଲେ ଯାତନା କେତେ,
ଘରେ ବସି ରହି ସବୁ ସାରି ଦେଲେ
ସଞ୍ଚିିଥିଲେ ପାଖେ ଯେତେ ।
କରୋନା ପାହାର ସବୁଠି ପଡିିଲା
କେହି ପାଇଲେନିି ମୁୁୁକ୍ତି,
ଲୋକଙ୍କର ଦୁୁଃଖ ଦୁୁୁର୍ଦ୍ଦଶା ବଢିିିଲା
ଭାଙ୍ଗିଗଲା ଦମ୍ଭ ଶକ୍ତି ।
ଡାକ୍ତର ଖାନାକୁ ଯାଇ ନ ପାରି କି
ରୋଗୀ ହନ୍ତସନ୍ତ ହେଲେ,
କୋରନା ରୋଗରେ ଆକ୍ରାନ୍ତ ହୋଇ
କେତେ ପ୍ରାଣ ହରାଇଲେ ।
ସିନେମା, ସପିଙ୍ଗ, ଧର୍ମ ଅନୁଷ୍ଠାନ
ସବୁଠିି ଝୁଲିଲା ତାଲା,
ଯାତ୍ରା,ନାଚ,ଗୀତ, ଖେଳ, କସରତ
ସବୁୁୁ ବନ୍ଦ ହୋଇଗଲା ।
କଲାକାର ମାନେ ବୃତ୍ତିି ହରାଇଲେ
ଅଟକିଲା ତାଙ୍କ ପାଦ,
ଅଣସରକାରୀ କର୍ମଚାରୀଙ୍କର
ଚାଲି ଗଲା ସବୁ ପଦ ।
ଦେଶ ଅର୍ଥନୀତି ଭୁୁଶୁଡି ପଡିଲା
ଭାଙ୍ଗିଗଲା ମେରୁ ହାଡ଼,
ବେକାରୀ ସମସ୍ୟା ବି ମୁଣ୍ଡ ଟେକିଲା
ବହିିିଲା କରୋନା ଝଡ ।
ଏଯାଏଁ ତୁଟିିିନି କରୋନା ସଙ୍ଘର୍ଷ
ସରିିିନି ଲୋକଙ୍କ ଦୁଃଖ,
କେ ଅବା ଜାଣେ ପୁଣିି ଥରେ କେବେ
ଲେଉଟିବ ସେହି ସୁଖ ।
