କରୋନା କୁ ଭୟ
କରୋନା କୁ ଭୟ


ଧୂମମୟ ଆକାଶର
ଛାତ ତଳେ...
ଧରା ପୃଷ୍ଠ ନିସ୍ତବ୍ଧ |
ତା' ଚତୁର୍ସ୍ପର୍ଶେ ଘୁରିବୁଲେ
'ପ୍ରବଞ୍ଚକ' ଧୂମକେତୁ ||
ନିଃସର୍ଗ' ଆଜି 'ଧୂମିକା 'ଘେରେ
ହଜିଯାଏ ତା 'ଜୀବନଚକ୍ର' |
"ଭୂମଣ୍ଡଳ"...
ନିଷ୍ପ୍ରାଣ... ଅସହାୟତାକୁ
ଅଙ୍ଗୀକାର କରି --
ପ୍ରୋସିତ.. ପ୍ରୋସିତା ମାନେ
ବଂଚିବା ପାଇଁ...
'ସଂଗ୍ରାମ' କରୁଛନ୍ତି |
ସୁରକ୍ଷିତ ରହିବା ପାଇଁ...
ରାଜରାସ୍ତାର ପଥିକ ସାଜିଛି ||
'କର୍ମକ୍ଷେତ୍ର'ରୁ
ଦୂର ହୋଇ ଯାଉଛି |
ବଂଚିବା ପାଇଁ
'ଜୀବିକା' ସହ ଲଢେଇ କରୁଛି ||
'ଭରଣ ପୋଷଣ' ପାଇଁ
ଲୁହର ଧାରରେ "ଜନତା" ଆଜି
ମହାମାରୀ କରୋନା କବଳରୁ
ମୁକ୍ତି ପାଇଁ... ସଂଗ୍ରାମ କରୁଛି |