Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Gunanidhi Samal

Comedy

3  

Gunanidhi Samal

Comedy

କରୋନା କୋଇଲି

କରୋନା କୋଇଲି

1 min
33


କୋଇଲି ଲୋ ବାରବୁଲି କରୋନା ଆସିଲା

ସଜଡ଼ା ସଂସାର ମୋର ଉଜୁଡ଼ାଇ ଦେଲା, ଲୋ କୋଇଲି ।


କୋଇଲି ଲୋ ବାପଘର ଯାଇଥିଲି ବୁଲି

ଏତେକାଣ୍ଡ ହେବ ବୋଲି ଜାଣି ମୁଁ' ନଥିଲି, ଲୋ କୋଇଲି ।


କୋଇଲି ଲୋ ଦୁଃଖ କଥା କହିବି କାହାକୁ

ସେ' ଦିନୁ ଗେରସ୍ତ ଆଉ ଚାହୁଁନି ମୁହଁକୁ , ଲୋ କୋଇଲି ।


କୋଇଲି ଲୋ ଡାକେ ମୋତେ ଡାର୍ଲିଙ୍ଗ,ଡାର୍ଲିଙ୍ଗ

ଏବେ କିନ୍ତୁ ଦେଖିଦେଲେ ଯାଏ ବାଟଭାଙ୍ଗି, ଲୋ କୋଇଲି ।


କୋଇଲି ଲୋ କା' ପ୍ରେମରେ ଗଲା କିବା ପଡି

ଶୋଇବା ଘରକୁ ମୋତେ ଦେଉନାହିଁ ଛାଡି, ଲୋ କୋଇଲି ।


କୋଇଲି ଲୋ ନିଜ ହାତେ ରୋଷେଇ କରୁଛି

ବାସନ ମାଜୁଛି ପୁଣି ଘର ଓଳାଉଛି , ଲୋ କୋଇଲି ।


କୋଇଲି ମୋ " ବିନା ତା' ନିଦ ବି ହୁଏନି

ବସାଉଠା କଥା ଛାଡ ପାଖବି ମାଡୁନି ,ଲୋ କୋଇଲି ।


କୋଇଲି ଲୋ କାଶ , ଛିଙ୍କ ନାହିଁ ମୋର କିଛି

କ୍ବାରେଣ୍ଟାଇନିରେ ମୋତେ ନେଇକି ରଖିଛି, ଲୋ କୋଇଲି ।


କୋଇଲି ଲୋ ଭଣ ଭଣ ଯହିଁ ମୂଷା ଲେଣ୍ଡି

ସେଘରେ ରଖିଛି ମୋତେ ମୁହେଁବାନ୍ଧି ତୁଣ୍ଡି, ଲୋ କୋଇଲି। 


କୋଇଲି ଲୋ ଏଖବର ଦେବୁ ମୋ" ଭାଇକୁ

ବୁଝାଇବା କୁ' ଆସିବ ଏ' ବାଡ଼ିପଡାକୁ, ଲୋ କୋଇଲି ।


Rate this content
Log in

Similar oriya poem from Comedy