STORYMIRROR

Dambarudhar Bag

Abstract

2  

Dambarudhar Bag

Abstract

କରୋନା ଭାଇରସ୍

କରୋନା ଭାଇରସ୍

1 min
72

କରୋନା ଭାଇରସ୍ ଆତଙ୍କ ଖେଳାଇ

ଚୀନ୍ ରୁ ବିଶ୍ବକୁ ବ୍ୟାପୁଛି

ସାବଧାନ ହୁଅ ବିଶ୍ବବାସୀ ସର୍ବେ

ମୃତ୍ୟୁର ଡାକରା ଆସୁଛି

ଚୀନର ପଡୋଶୀ ଆମ ଭାରତ

ନୁହେଁ ସିଏ ବେଶୀ ଦୂର

ସତର୍କ ନ ହେଲେ ନିମିଷକେ ମାତ୍ର

ସର୍ବେ ହେବା ଛାରଖାର

ସଂକ୍ରମିତ ହୁଏ ଏହି ଭାଇରସ

ବ୍ୟାପିଥାଏ ଅତିଶୀଘ୍ର

ଚିହ୍ନଟ ମାତ୍ରକେ ଚିକିତ୍ସା ନ କଲେ

ନେଇଥାଏ ସ୍ବର୍ଗ ପୁର

ନେଲାଣି ଜୀବନ ଶହସ୍ରାଧିକ

ଆଉ ବି ସେ ନେଇ ପାରେ

ବେଳ ଥାଉ ଯଦି ନ ହେବା ସତର୍କ

ଭେଟ ହେବା ଯମପୁରେ

ଖାଇବା ପୂର୍ବରୁ ଭଲ ଭାବରେ

ସାବୁନରେ ହାତ ଧୋଇବା

ସାତ୍ତ୍ଵିକ ଆହାର ଭୋଜନ କରିବା

ଆଇଁଷ ବର୍ଜନ କରିବା

ବାୟୁ ଦ୍ବାରା ପୁଣି ବ୍ୟାପିଥାଏ ବୋଲି

କହନ୍ତି ଡାକ୍ତର ଗଣ

ମାସ୍କ ପିନ୍ଧି ସର୍ବେ ବାହାରିବା ଘରୁ

ମନେରଖ ବନ୍ଧୁ ଗଣ

ନିଃଶ୍ବାସ ପ୍ରଶ୍ବାସ ଆଉ ସଂସ୍ପର୍ଶରେ

ବ୍ୟାପିଥାଏ ରୋଗ ଏଇ

ପଶୁମାନଙ୍କଠୁ ମଣିଷମାନଙ୍କୁ

ସଂକ୍ରମିତ ହୁଏ ଭାଇ

ମଣିଷ ଜୀବନ ଅଟଇ ଦୁର୍ଲଭ

ମିଲିଥାଏ ପୂଣ୍ଯ ବଳେ

ଯୋଗାସନ ସାଥେ ପ୍ରାଣାୟାମ କରି

ସୁସ୍ଥ ରୁହ କାଳେ କାଳେ

ଭୟଙ୍କର ଇଏ କରୋନା ଭାଇରସ୍

ମାଡି ଆସୁଅଛି ଆଜି

ପାରିବାନି ଦେହ ଦୁର୍ବଳ ରହିଲେ

ପାରିବାନି ଆମେ ଜୁଝି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract