STORYMIRROR

Priyabrata Mohanty

Tragedy

3  

Priyabrata Mohanty

Tragedy

କରୋନା ଭାଗ-୭

କରୋନା ଭାଗ-୭

1 min
182

କିଏ କହେ      ମାଗି ଖିଆ

କିଏ କହେ ପାଗଳ,

କିଏ କହେ      ଯାଯାବର

ଭିନ୍ନ ତାର ଭୂଗୋଳ ।୧।


ଚିରା ଫଟା      ଲୁଗା ପିନ୍ଧେ

ପାଦେ ନାହିଁ ଚପଲ,

ବ୍ୟାଙ୍କ ଖାତା      ନାହିଁ ତାର

ନାହିଁ ଡାଲି ଚାଉଳ ।୨।


ଅସହାୟ      ଜୀବନ ଯେ

ରୋଗ ବ୍ୟାଧି ଭରା

ଦୟା ବଳେ      ବଞ୍ଚିଥାଏ

ସହେ ବର୍ଷା ଖରା ।୩।


ତାଲା ବନ୍ଦୀ      ପର ଠାରୁ

ପାଖେ ନାହିଁ ବୃତି,

ଥରେ ଯାଇ      ଦେଖିଛକି

ଅଛି ସେ କେମିତି ।୪।


କରୋନାର      ପ୍ରଭାବରେ

ଝୁଲେ ତାଲା ମନ୍ଦିରେ,

ଖାଲି ଖାଲି      ରାସ୍ତା ଘାଟ

ଲୋକ ନାହିଁ ବଜାରେ ।୫।


କିଏ ଦେବ      ଭିକ ମୁଠେ,

କିଏ ଦେବ ଆହାର,

କେଉଁଠାରୁ      ପାଇବ ସେ

ସାନିଟାଇଜର ।୬।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy