STORYMIRROR

Priyabrata Mohanty

Fantasy

3  

Priyabrata Mohanty

Fantasy

କରୋନା ଭାଗ-୫

କରୋନା ଭାଗ-୫

1 min
218

ପୁରୁଷଠୁଁ ନାରୀ    ଗରିବରୁ ଧନୀ

ସବୁ ସଂକ୍ରମଣେ ପୀଡ଼ିତ,

କିଏ ନେବ କାହା     ଦୁଃଖର ଭାର

ସଭିଏଁ ଏଠି ଯେ ଆହତ ।୧।


ଡାଲି ଦର ଦେଖି     ଡର ଲାଗୁ ଅଛି,

ସୋରିଷ ତେଲ ବି ମହଙ୍ଗା,

ପେଟ୍ରୋଲ ଡିଜେଲ     ଶହେ ଛୁଇଁଲାଣି

ପରିବା ଦେଖାଏ ଠେଙ୍ଗା ।୨।


ସ୍ୱାସ୍ଥ୍ୟକର୍ମୀ କରେ     ଦିନ ରାତି କାମ,

ପରିବାର ତାର ବ୍ୟାକୁଳ,

ଚିକତ୍ସାଳୟେ     ଡାକତର ନାହିଁ,

ଅସହାୟ ଶାସନ କଳ ।୩।


ଡାକ୍ତରଖାନାରେ     ଶେଜର ଅଭାବ

ରୋଗୀ କାଟେ ଭୂଇଁରେ କାଳ,

ମିଳୁ ନାହିଁ ଜମା     ଜରୁରୀ ଔଷଧ

ଅମ୍ଳଜାନ ବ୍ୟୟ ବହୁଳ ।୪।


ସବୁ ନାଗରିକ     ପାଇବେ ଯେ ଟୀକା

କୁହନ୍ତି ପ୍ରଧାନ ସେବକ,

କେମିତି ପାଇବେ     ସୀମିତ ସମୟେ

ଶହେ ଚାଳିଶି କୋଟି ଲୋକ ।୫।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy