STORYMIRROR

Priyabrata Mohanty

Inspirational

3  

Priyabrata Mohanty

Inspirational

କରୋନା ଭାଗ-୩

କରୋନା ଭାଗ-୩

1 min
305

ସକାଳେ ସଂଜରେ ପିଉଥିବୁ କାଡା,

ବ୍ୟାୟାମ ଭୁଲିବୁ ନାହିଁ,

ସ୍ୱଚ୍ଛତା ପ୍ରତି ଦେବୁରେ ଧ୍ୟାନ

ନିରୋଗୀ ରହିବା ପାଇଁ ।୧।


ବନ୍ଧୁ ପରିଜନ ସାଥେ ରଖିଥିବୁ

ଟେଲିଫୋନ ମାଧ୍ୟମରେ,

ଅଫିସିର କାମ କରିଥିବୁ ସଦା

ଘରେ ବସି କମ୍ପୁଟରେ ।୨।


ସାନିଟାଇଜର ପ୍ରୟୋଗ କରିବୁ

ସାବୁନରେ ହାତ ଧୋଇ,

ଦୁଇସ୍ତର ଵାଲା ମାକ୍ସ ପିନ୍ଧିବୁ 

ଛଅଫୁଟ ଦୂରେ ରହି ।୩।


ଅମାନିଆ ହୋଇ ବାହାରେ ନ ବୁଲି

ଘର କାମେ ଲାଗିଥିବୁ,

ଗୁରୁଜନଙ୍କର ସେବା କରୁ କରୁ

ଇଷ୍ଟଙ୍କ ନାମ ଭଜିବୁ ।୪।


କରୋନାର ଏହି ମହାମନ୍ତ୍ର ଅଟେ,

ମନ ଦେଇ ଶୁଣୁ ଥାରେ,

ବେପରୁଆ ହୋଇ ଅମାନିଆ ହେଲେ

କରୋନାରେ ପ୍ରାଣ ହାରେ ।୫।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational