STORYMIRROR

Dr Susmita Dash

Inspirational Others Abstract

3  

Dr Susmita Dash

Inspirational Others Abstract

କର୍ମଯୋଗୀ

କର୍ମଯୋଗୀ

1 min
27K


ଲୋଡା ନାହିଁ

ସମାଜର ସ୍ଵୀକୃତି,

ପ୍ରଶଂସା, ସମ୍ମାନ...

ସେ ଦିବାସ୍ୱପ୍ନ , 

ଯାହାକି ବିଭ୍ରାନ୍ତ କରେ,

ସବୁଯାକ ପ୍ରତ୍ୟାଶା

ଧୂଆଁ ଧୂଆଁ 

ଆଇନାରେ ଦେଖାଯାଏ।..

ଭାବ ନାହିଁ ନୈରାଶ୍ୟର,

ଅଭାବ ନାହିଁ 

ଆତ୍ମବିଶ୍ବାସର,

ଅପୂର୍ବ ଦୃଢ଼ ସଂଯୋଜନା,

ଲକ୍ଷ୍ୟ ଦୃଶ୍ୟମାନ,

ହୋଇପାରେ ଦୂର

ପଥ ସୁଗମ ମନେହୁଏ।..

ଚୋରାଇ ଆଣିବା ସୁନ୍ଦର ସ୍ମୃତି

ବିଗତ ଅତୀତର,

ଚିନ୍ତା ନାହିଁ ତିଳେହେଁ

ଅନାଗତ ଭବିଷ୍ୟତର,

କର୍ମରେ ଆସ୍ଥା

କର୍ମଯୋଗୀ ଆମେ,

ବର୍ତ୍ତମାନରେ ହିଁ

ନୂତନଯୁଗ ଶୁଭାରମ୍ଭ ହୁଏ।.

.#positiveindia


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational