Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sisir Kumar Samal

Inspirational

4.0  

Sisir Kumar Samal

Inspirational

କର୍ମଫଳ

କର୍ମଫଳ

1 min
11.3K


ବିଧିର ବିଧାନ ରହିଛି ସମାନ

         ପାପ ପୁଣ୍ୟ ଭାଗ ହୋଇ ,

ଜୀବନ ନେଇକି ଜୀବନ ରଖୁଛି

         ସ୍ଵାର୍ଥପର ପ୍ରାଣୀ ସେହି ।। 

ମାଟିର ଶରୀର ମାଟିରେ ମିଶିବ

         କପାଳେ ହୋଇଛି ଲେଖା ,

କୁ-କର୍ମ କରିଲେ ନର୍କରେ ପଡ଼ିବ

         ସୁ-କର୍ମେ ସ୍ବର୍ଗରେ ଦେଖା ।।

ମିଛ ମୋହ ମାୟା ସଂସାର ଏହିଯେ

           ସଭିଏଁ ତାହାର ଦାସ ,

କର୍ମର ହାତରେ ପାପ ପୁଣ୍ୟ ଡ଼ୋର

          ଭୋଗିବ କର୍ମ ଆୟୁଷ ।।

ଜୀବନ କରୁଛି ଉତ୍କଟ ଚିତ୍କାର

            ମୁକ୍ତି କୁ ଛୁଇଁବା ପାଇଁ ,

ନିଜ କର୍ମଫଳ ନିଜେ ସେ ଭୋଗୁଛି

            ହିସାବ କରେ ଗୋସାଇଁ ।।

ମୁକ୍ତିର ପଥରେ ପ୍ରହରୀ ସାଜିଛି

            କୃତକର୍ମ ଫଳ ତୋର ,

ପ୍ରଭୁ ପାଦତଳେ ନିଜକୁ ରଖିଲେ

           ବଢ଼ଇ ଜୀବନ ଡ଼ୋର ।।



Rate this content
Log in

Similar oriya poem from Inspirational